Odia News Portal

ସଙ୍କଟରେ ବାବା ଲୋକନାଥଙ୍କ ପୀଠ

ପୁରୀ : ସଙ୍କଟରେ ବାବା ଲୋକନାଥଙ୍କ ପୀଠ । ଆଜିକୁ ୧୦ ଦିନ ହେଲା ଅଣ୍ଟେ ପାଣିରେ ବୁଡ଼ି ରହିଛି ବାବା ଲୋକନାଥଙ୍କ ମନ୍ଦିର । ମନ୍ଦିର ପରିସରରେ ପାଣି ବଢି ଥିବାରୁ ଖଟ ଓ ପଥର ପଡ଼ି ଠାକୁରଙ୍କ ପୂଜାର୍ଚ୍ଚନା ହେଉଛି ।

ଠାକୁରଙ୍କ ପ୍ରତି ଅଗାଧ ଭକ୍ତି ଓ ବିଶ୍ୱାସ ରଖି ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ଦର୍ଶନ ପାଇଲେନି । ହଜାର ହଜାର ଭକ୍ତ ଗମ୍ଭୀରାକୁ ଯାଇ ନପାରି ନିରାଶ ହୋଇ ଫେରିଛନ୍ତି । ପବିତ୍ର ବଡ଼ ଏକାଦଶୀରେ ବାବା ଲୋକନାଥଙ୍କ ପୀଠରେ ସୃଷ୍ଟି ହୋଇଛି ଏଭଳି ଅଭାବନୀୟ ପରିସ୍ଥିତି । ଏପଟେ ଲୋକନାଥଙ୍କ ମନ୍ଦିର ନିମ୍ନସ୍ତରରେ ଥିବା ଦର୍ଶାଇ ପ୍ରଶାସନ ତାର ଦାୟିତ୍ୱ ଫାଙ୍କିବାକୁ ବସିଛି ।