Odia News Portal

ଆଜିଠୁ କାର୍ତ୍ତିକ ନୀତି ଆରମ୍ଭ, ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ଆଜିଠୁ କାର୍ତ୍ତିକ ନୀତି ଆରମ୍ଭ। ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଆଶ୍ୱୀନ ମାସ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ।

ଏହି ଅବସରରେ ଭୋରରୁ ଦ୍ୱାରଫିଟା ସହ ମହାପ୍ରଭୂଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଏହାଛଡା ଆଜିଠାରୁ ଶ୍ରୀମନ୍ଦିରରେ ବାଳଭୋଗର ମଧ୍ୟ ପରମ୍ପରା ରହିଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି।