Odia News Portal

ସମୁଦ୍ରରେ ଭାସିଯାଉଥିବା ବେଳେ ମହିଳାଙ୍କୁ ଉଦ୍ଧାର

ପୁରୀ : ସମୁଦ୍ରରେ ବୁଡି ଯାଉଥିବାବେଳେ ମହିଳା ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଲେ ଲାଇଫ୍‌ ଗାର୍ଡ। ଉଦ୍ଧାର ମହିଳା ଜଣକ ଭଦ୍ରକ ତିହିଡି ଅଞ୍ଚଳର ଲୀଳାବତି ସାହୁ। ଭଦ୍ରକରୁ ପରିବାର ଲୋକଙ୍କ ସହ ବୁଲିବାକୁ ଆସି ଆଜି ସକାଳେ ସେ ସମୁଦ୍ରରେ ଗାଧୋଉଥିଲେ।

ଏହି ସମୟରେ ସେ ସମୁଦ୍ରରେ ଭାସିଯାଇଥିଲେ। ତେବେ ସେଠାରେ ମୁତୟନ ଥିବା ଦୁଇ ଲାଇଫ୍‌ଗାର୍ଡ ଜି. ଚକ୍ରଧର ଓ କେ ଅଜିତ ତୁରନ୍ତ ପାଣି ଭିତରେ ପଶି ଲୀଳାବତିଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି।

ଗତ ୩ ଦିନ ତଳେ ଜଣେ ଯୁବକ ଭାସିଯାଉଥିବାବେଳେ ଲାଇଫ୍ଗାର୍ଡ ମାନେ ତାଙ୍କୁ ଉଦ୍ଧାର କରିଥିଲେ।