Odia News Portal

ସେଲ୍‌ଫି ନେଇ ଫସିଲେ ଥାନା ଅଧିକାରୀ

ଭୁବନେଶ୍ୱର : ପୁରୀ ଜିଲ୍ଲା ଚନ୍ଦ୍ରଭାଗା ମେରାଇନ୍ ଥାନା ପୋଲିସ ଆଇ ଆଇ ସି ବୁଲୁ ମୁଣ୍ଡା ଙ୍କ ସହ ଜଣେ ହତ୍ୟା ଅଭିଯୁକ୍ତର ସେଲ୍ଫି ସୋସିଆଲ ମିଡିଆରେ ଭାଇରାଲ୍ ହେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳିସାହିରେ ଗତ୫ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପ,ପୁଅ ଙ୍କୁ ସଂଗଠିତ ଆକ୍ରମଣ ହୋଇଥିବା ବେଳେ ଏଥରେ ଦିଲ୍ଲୀପ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣା ରେ ମୁଖ୍ୟ ଅଭିଯୁକ୍ତ ରାଧାମୋହନ ବିଶ୍ୱାଳ ଓରଫ ମୁନ୍ନା ଫେରାର ହୋଇଯାଇ ଥିଲା ବେଳେ ଅସ୍ତରଙ୍ଗ ପୋଲିସ ଆକ୍ରମଣ ରେ ବ୍ୟବହୃତ କାର,ମାରଣାସ୍ତ୍ର କୁ ଜବଡ଼ କରି ଏଥରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ମୁନ୍ନାର ଦୁଇ ସହଯୋଗୀ ଏବଂ ଘଟଣା ରେ ବ୍ୟବହୃତ କାର ମାଲିକ କୁ ଗିରଫ କରିଥିଲା।ଏହି ଘଟଣା ରେ ମୁଖ୍ୟ ଅଭିଯୁକ୍ତ ମୁନ୍ନା ଫେରାର ହୋଇଯାଇଥିବା ବେଳେ ପୋଲିସ ତାକୁ ଖୋଜୁଥିଲା।

ଅସ୍ତରଙ୍ଗ ଥାନା ପୋଲିସ ତାକୁ ଖୋଜୁଥିବା ବେଳେ ଅଭିଯୁକ୍ତ ମୁନ୍ନା କୁ ଚନ୍ଦଭାଗା ସାମୁଦ୍ରିକ ଥାନା ପୋଲିସ ଗିରଫ କରିଥିଲା। ଆଜି ଚନ୍ଦ୍ରଭାଗା ମେରାଇନ୍ ଥାନା ପୋଲିସ ଉପରୋକ୍ତ ହତ୍ୟା ଘଟଣାରେ ସମୃକ୍ତ ମୁଖ୍ୟ ଫେରାର୍ ଅଭିଯୁକ୍ତ ମୁନ୍ନା କୁଗିରଫ କରି ନିମାପଡା ଥାନାକୁ ଆଣୁଥିଲା ବେଳେ ଗାଡିମଧ୍ୟରେ ଚନ୍ଦ୍ରଭାଗା ମେରାଇନ ଥାନା ଆଇଆଇସି ବୁଲୁ ମୁଣ୍ଡା ଙ୍କ ସହ ହତ୍ୟା ଅଭିଯୁକ୍ତ ମୁନ୍ନା ର ସେଲ୍ଫି ଫୋଟୋଗ୍ରାଫ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ସୂଚନା ମିଳିଛି।

ଜଣେ ହତ୍ୟା ଏବଂ ଫେରାର୍ ଅଭିଯୁକ୍ତ ଙ୍କ ସହ ଚନ୍ଦ୍ରଭାଗା ଥାନା ଆଇଆଇସି ବୁଲୁ ମୁଣ୍ଡା ଙ୍କ ଗାଡି ମଧ୍ୟରେ ସେଲ୍ଫି କୁ ନେଇ ପୋଲିସ ଏବଂ ଅଭିଯୁକ୍ତର ମଧ୍ୟରେ ସମ୍ପର୍କ କୁ ପଦାରେ ପକାଇଥିବା ବେଳେ ଏଇ କିଛି ଦିନ ହେବ ରାଜ୍ୟରେ ଚାଲି ଥିବା ‘ମୋ ସରକାର’କାର୍ଯ୍ୟକ୍ରମର ସଫଳତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଠିଆ କରାଇଛି।ଯଦି ଏହି ଘଟଣା ସତ୍ୟ ହୋଇଥାଏ ତାହାଲେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସ ପି ସୂଚନା ଦେଇଥିବା ବେଳେ ଗତକାଲି ଆଇ ଆଇ ସି ବୁଲୁ ମୁଣ୍ଡା ଙ୍କୁ ପୁରୀ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ଜଣାପଡିଛି।