ପୁରୀ : ଶରଧାବାଲିର ମୁକ୍ତାକାଶ ରଙ୍ଗମଞ୍ଚରେ ଏଭଳି ନିଆରା କୃଷି ଓ ଲୋକମେଳାକୁ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଲୋକମେଳାକୁ ଉଦଘାଟନ କରିଥିଲେ ବିଧାୟକ ପ୍ରଦୀପ ମହାରଥୀ। ଏଥିରେ କଳାକାର ମାନେ ବିଭିନ୍ନ ରାଜ୍ଯର ଲୋକନୃତ୍ୟ ପ୍ରଦର୍ଶନ କରି ଶରଧାବାଲିକୁ ସୃତିମଧୂର କରିଥିଲେ। ଅନ୍ଯପଟେ ଜମ୍ମୁକାଶ୍ମୀର ଉପରୁ ୩୭୦ଧାରା ଉଠିବା ପରେ କଳାକାର ମାନଙ୍କ ପାଇଁ ରହିଥିବା ଅଙ୍କୁଶ ସମ୍ପୂର୍ଣ୍ଣ ଭାବେ ଉଠିଯାଇଛି। ଫଳରେ ସମଗ୍ର ଦେଶରେ ବୁଲି ନିଜ ଲୋକକଳାର ପ୍ରଚାର ଓ ପ୍ରସାର କରିବାରେ ଆଉ କୌଣସି ପ୍ରତିବନ୍ଧକ ନାହିଁ ବୋଲି କହିଛନ୍ତି କାଶ୍ମୀର କଳାକାର। ଲୋକକଳା ବଞ୍ଚାଇ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା ଜାରୀ ରଖିବେ ବୋଲି କହିଛନ୍ତି।
ଶରଧାବାଲିର ମୁକ୍ତାକାଶ ରଙ୍ଗମଞ୍ଚରେ ଶୁଭିଲା ବିଭିନ୍ନ ରାଜ୍ଯର ଲୋକକଳାର ରୁଣୁଝୁଣୁ ଶବ୍ଦ। କଳାକାର ମାନଙ୍କ ନିଖୁଣ ପ୍ରଦର୍ଶନରେ ବିଭୋର ହେଲେ ଶହଶହ ଭକ୍ତ, ଦର୍ଶନାର୍ଥି ଓ ପର୍ଯ୍ଯଟକ। ପ୍ରଥମେ ଆରମ୍ଭ ହୋଇଥିଲା ରାଜସ୍ଥାନର ଚକ୍ରୀ ଲୋକନୃତ୍ଯରୁ। ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଠ କରିପାରିଥିଲା। ତାପରେ ଛତିଶଗଡ଼ର ପନ୍ଥିନୃତ୍ଯ,ଗୁଜୁରାଟୀ ତଲୱର,ଉତ୍ତରାଖଣ୍ଡର ହାରୁଲ ସହିତ କାଶ୍ମିରର କାଶ୍ମିରୀ ଲୋକନୃତ୍ୟ ସମସ୍ତଙ୍କୁ ମତୁଆଲା କରିଥିଲା। କେବଳ ସେତିକି ନୁହଁ ରାଜସ୍ଥାନୀ ,କର୍ଣ୍ଣାଟକୀ,ପଞ୍ଜାବ,ସିକିମ୍ ଆଦି ଲୋକନୃତ୍ୟ ମଞ୍ଚସ୍ଥ ହୋଇଥିଲା। ତେବେ ଏଭଳି କାର୍ଯ୍ଯକ୍ରମରେ ଓଡିଶୀ ନୃତ୍ଯ ଅଧିକ ଆକର୍ଷଣୀୟ ହୋଇଥିବା ବେଳେ କାଶ୍ମିରୀ ଲୋକନୃତ୍ଯ ମଧ୍ୟ ରୋମାଞ୍ଚିତ କରିଥିଲା। ଶରଧାବାଲିର ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶନ କରି ବେଶ୍ ଆନନ୍ଦ ଅନୁଭବ କରିଥିବା କହିଛନ୍ତି କଳାକାର। କାଶ୍ମୀରରୁ ୩୭୦ ଧାରା ଉଠିବା ପରେ କେତେ ଲାଭବାନ ହୋଇଛନ୍ତି କଳାକାର ଆଉ କେତେ ପ୍ରସାରିତ ହୋଇଛି ଲୋକକଳା ତାହାର ଅବତାରଣା କରିଛନ୍ତି କାଶ୍ମିରୀ ନୃତ୍ଯଶିଳ୍ପୀ ପୁଜାରାଣୀ। ଲୋକକଳାକୁ ଉଦଜିବିତ କରିବା ପାଇଁ ପ୍ରଥମ ଥର ଲାଗି ବାହାରକୁ ଆସିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି।
ସେପଟେ ଉଭୟ ଜାତୀୟ କୃଷି ମେଳା ଓ ଲୋକମେଳାର ଭରପୁର ଉପଭୋଗ କରିଥିଲେ ଦର୍ଶକ। କୃଷିମେଳାରେ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ କୃଷି ଓ ମତ୍ସ୍ୟ ବିଭାଗର ଅନେକ କୃଷିଭିତ୍ତିକ କାର୍ଯ୍ଯକ୍ରମ ପ୍ରଦର୍ଶିତ ହୋଇଥିଲା। ତେବେ ଏଭଳି ମଞ୍ଚରେ ଦେଶର ପଚିଶଟି ରାଜ୍ଯର ଲୋକକଳା ଦେଖି ଦର୍ଶକ ଆନନ୍ଦ ଅନୁଭବ କରିଥିଲେ, ମାତ୍ର ଏଥିରେ ଓଡ଼ିଶା ଲୋକନୃତ୍ଯର ଜଣେ ହେଲେ କଳାକାର ସାମିଲ ହୋଇନଥିବା ଜାଣି ଦୁଃଖ ପ୍ରକାଶ କଲେ ମୁଖ୍ୟ ଅତିଥି ବିଧାୟକ ପ୍ରଦୀପ ମହାରଥୀ। ଏଥିଲାଗି ପର୍ଯ୍ୟଟନ ବିଭାଗକୁ କଟୁ ସମାଲୋଚନା କରିଛନ୍ତି ବିଧାୟକ।
ଏହି ଅବସରରେ ଗୁଜୁରାଟର ଶିବଶକ୍ତି ଆଦିବାସୀ ଯୁବକ ମଣ୍ଡଳର ଜୀତେନ୍ଦ୍ର ଏସ୍. ଡାଙ୍ଗୀ,ରାଜସ୍ତାନର ତେଜ୍ କରଣ ଚକ୍ରୀ ଓ ପାର୍ଟୀର ତେଜ୍ କରଣ, ଉତ୍ତରାଖଣ୍ଡର ଜୋନ୍ ସାର୍ ବାଦ୍ଦର ପୌରାଣିକ ସାଂସ୍କୃତିକ ଲୋକକଳା ମଞ୍ଚର କୁନ୍ଦନ ଚୌହାନ ଏବଂ ଗୁଜୁରାଟର କୁଣ ଗ୍ରୁପର ରିୟା ପ୍ରକାଶ ସମାନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
