Odia News Portal

ସାକ୍ଷୀଗୋପାଳ ନିକଟରେ ବସ ଦୁର୍ଘଟଣାରେ ୪୦ ଆହତ, ୫ ଗୁରୁତର

ପୁରୀ : ସାକ୍ଷୀଗୋପାଳ ବିରଗୋବିନ୍ଦପୁର ଠାରେ ମଙ୍ଗଳବାର ଏକ ସଡକ ଦୁର୍ଘଟଣା ଘଟିଛି। ଏକ ବସ ରାସ୍ତା କଡ଼କୁ ଓଲଟି ପଡିବାରୁ ୫ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସେହିପରି ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାର ଖବର ମିଳିଛି। ‘ଶ୍ରୀଦୁର୍ଗା’ ନାମକ ଏକ ବସ ପୁରୀରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା।

ବିରଗୋବିନ୍ଦପୁର ଠାରେ ଏକ ବାଇକ ସମ୍ନାକୁ ଆସିଯିବାରୁ ତାକୁ ବଞ୍ଚାଇବାକୁ ଯାଇ ବସଟି ନିଜର ଭାରସମ୍ୟ ହରାଇ ରାସ୍ତାକଡ଼ ଖାଲକୁ ଖସି ପଡ଼ିଥିଲା। ଯାହାଫଳରେ ଏଥିରେ ଯାତ୍ରା କରୁଥିବା ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ଏ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।