Odia News Portal

ମିଷ୍ଟର ଆଣ୍ଡ ମିସ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା, ଓଡିଶାକୁ ଦୁଇଟି ସ୍ଵର୍ଣ

ପୁରୀ : ପ୍ରଥମକରି ଗାର୍ଲସ ଏରୋବିକସରେ ପୁରୀର ଜଣେ ଝିଅ ସ୍ଵର୍ଣ ପଦକ ହାତେଇଛନ୍ତି | ଚଳିତ ମାସ କେରଳର କୋଚି ସହରରେ ଭାରତର ନାସନାଲ ଆମେଚର ବଡିବିଲଡିଂ ଆସୋସିଏସନ, ୱାର୍ଲଡ ଫିଟ୍ନେସ ଫେଡେରେସନ ଓ ବଡି ବିଲଡିଂ ଆସୋସିଏସନ କେରଳ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ମିଷ୍ଟର ଆଣ୍ଡ ମିସ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା |

ଗତ ୧୯ ଓ ୨୦ ତାରିଖରେ ଦୁଇଦିନ ଧରି କେରଳର କୋଚି ରେ ଅନୁଷ୍ଠିତ ହୋଇଥିବା ଏହି ସୁଂଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ୨୦ଟି ରାଜ୍ୟର ୪୧୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ | ତେବେ ଏହି ପ୍ରତିଯୋଗିତାରେ ଓଡିଶାରୁ ୧୫ ଜଣ ପ୍ରତିଯୋଗୀ ବିଭିର୍ନ ବିଭାଗରେ ଭାଗନେଇଥିଲେ | ସେଥି ମଧ୍ୟରୁ ପ୍ରାୟ ୭୦ଜଣ ଝିଅଙ୍କୁ ପଛରେ ପକାଇ ଗାର୍ଲସ ଏରୋବିକସ ରେ ପୁରୀର ଜୟଲକ୍ଷ୍ମୀ ନାୟକ ସ୍ଵର୍ଣ ପଦକ ହାତେଇଥିବା ବେଳେ ଜୁନିଅର ବଡି ବିଲଡିଂ ରେ ପୁରୀର ସୋମନାଥ ଜାଲି ସ୍ଵର୍ଣ୍ଣପଦକ ହାତେଇଛନ୍ତି |

ମହିଳା ଫିଟ୍ନେସ ରେ ପୁରୀର ଶୁଭଲକ୍ଷ୍ମୀ ନାୟକ ଚତୁର୍ଥ ସ୍ଥାନ ହାସଲ କରିଥିବା ବେଳେ ବିଲୋ ୬୦ କେଜି ବଡି ବିଲଡିଂରେ ଏସ ଶିବା ରେଡି ଚତୁର୍ଥ ସ୍ଥାନ ଓ ମାଷ୍ଟର୍ସ ବିଭାଗରେ ରେ ପ୍ରମୋଦ ମହାପାତ୍ର ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି | ସେହିଭଳି ବରମୁଣ୍ଡା ମଡେଲ ଶୋ ରେ କଟକର କୁଲଦୀପ ପ୍ରଧାନ ରୌପ୍ୟ, ସିନିଅର ବରମୁଣ୍ଡା ମଡେଲ ରେ ଦିବାକର ଗୋଛାୟତ କାଂସ୍ୟ, ଜୁନିଅର ସ୍ପୋର୍ଟ୍ସ ରେ କୁଲଦୀପ ପ୍ରଧାନ ଚତୁର୍ଥ ସ୍ଥାନ ହାତେଇଥିବା ବେଳେ ଟିଟଲା ଗଡର ରୁମନ ବଗର୍ତି ସ୍ପୋର୍ଟ୍ସ ମଡେଲ ରେ ରୌପ୍ୟ ପଦକ ହାସଲ କରିଛନ୍ତି | ତେବେ ପ୍ରଥମ କରି ଓଡିଶା ତଥା ଶ୍ରୀକ୍ଷେତ୍ର ପୁରୀର ଜଣେ ଝିଅ ଗାର୍ଲସ ଏରୋବିକସ ରେ ସ୍ଵର୍ଣ ପଦକ ହାତେଇବା ବେଳେ ଏହା ଓଡିଶା ପାଇଁ ଗର୍ବ ଆଉ ଗୌରବ ବୋଲି କହିଛନ୍ତି ବିଚାରକର୍ତା ଭାବେ ଏହି ପ୍ରତିଯୋଗିତାରେ ଯୋଗ ଦେଇଥିବା ସନ୍ତୋଷ ମହାନ୍ତି, ରଞ୍ଜନ ମହାନ୍ତି ଓ ମାନସ ରଞ୍ଜନ ସ୍ୱାଇଁ |

ତେବେ ଝିଅ ମାନଙ୍କ ପାଇଁ ଓଡ଼ିଶାରେ ଯଦି ଉପଯୁକ୍ତ ପ୍ଲାଟ୍ଫର୍ମ ରହନ୍ତା ତେବେ ଆଗକୁ ଓଡ଼ିଶାର ବହୁ ପ୍ରତିଯୋଗୀ ବିଭିର୍ନ ବିଭାଗରେ ଯୋଗଦେଇ ଓଡିଶା ପାଇଁ ବହୁ ପଦକ ହାତେଇବା ସହ ଓଡ଼ିଶାର ମାନ ବଢାଇବାରେ ସହାୟକ ହେବେ ବୋଲି ଓଡ଼ିଶା ଟିମ କୋଚ ଚିତ୍ତରଞ୍ଜନ ବେହେରା ଓ ଟିମ ମ୍ୟାନେଜର ବିକ୍ରମ କୁଅଁର ମତଦେଇଛନ୍ତି |