Odia News Portal

ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ଦୀପାବଳିର ଶୁଭେଛା

ପୁରୀ : ଆଲୋକର ପର୍ବ ଦୀପାବଳୀ ଏହି ଅବସରରେ ବାଲୁକା କଳା ମାଧ୍ୟମରେ ସୁରକ୍ଷିତ ଦୀପାବଳି ପାଳିବାକୁ ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି।

ଏଥିରେ ସେ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳିବାକୁ ବାର୍ତ୍ତା ଦେଇଛନ୍ତି। ଦୀପାବଳି ଅବସରରେ ଗ୍ରୀନ ଦୀପାବଳି ପାଳିବା ସହ ଶବ୍ଦ ଓ ବାୟୁ ପ୍ରଦୂଷଣ ନକରିବାକୁ ମଧ୍ୟ ସେ ବାର୍ତ୍ତା ଦେଇଛନ୍ତି।