Odia News Portal

ଆରମ୍ଭ ହେଲା ମୋଚିସାହି ମାର୍କେଟ ଉଛେଦ କାର୍ଯ୍ୟ

ପୁରୀ : ପୁନଃ ଆରମ୍ଭ ହୋଇଛି ଉଛେଦ । ମ୍ୟୁନିସପାଲିଟି ମାର୍କେଟ ପରେ ଏବେ ପାଳି ପଡିଛି ମହୋଦଧି ମାର୍କେଟ ର । ତେବେ ପୂର୍ବରୁ ପ୍ରଶାସନ ପକ୍ଷରୁ ସହରର ପେଣ୍ଠସ୍ଥଳ ମୋଚିସହି ଛକରେ ଥିବା ଏହି ମହୋଦଧି ମାର୍କେଟ କମ୍ପ୍ଲେକ୍ସ କୁ ଅସୁରକ୍ଷିତ ଦର୍ଶାଯାଇଥିବା ବେଳେ ଆଜି ତାହାକୁ ପୂର୍ବ ନିର୍ଦେଶ ଅନୁସାରେ ଉଛେଦ କରାଯାଇଛି ।

୧୯୬୯ ମସିହାରେ ନିର୍ମିତ ଏହି ମହୋଦଧି ମାର୍କେଟ କମ୍ପ୍ଲେକ୍ସ ରେ ରହିଛି ୬୦ରୁ ଉର୍ଦ୍ଧ ଦୋକାନ । ଯୁଗ୍ମ ଵୈଶ୍ୟୟିକ କମିଟି ପୂର୍ବରୁ ଏହାକୁ ଅସୁରକ୍ଷିତ ଘୋଷଣା କରିଥିଲା । ଦୀର୍ଘ ବର୍ଷ ହେବ ଅସୁରକ୍ଷିତ ଅବସ୍ଥାରେ ଥିବା ଏହି କୋଠା ଯେକୌଣସି ମୁହୁର୍ତରେ ବି ଭୁଶୁଡି ଯିବାର ସମ୍ଭାବନା ଥିବାରୁ ପୂର୍ବ ନିର୍ଦେଶ ମୁତାବକ ଆଜି ଏହାକୁ ଉଛେଦ କରାଯାଇଛି । ଏହି ସ୍ଥାନରେ ମଲ୍ଟିଷ୍ଟୋରେଡ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ଏଠାରୁ ବିସ୍ଥାପିତ ହୋଇଥିବା ବ୍ୟବସାୟୀ ମାନଙ୍କୁ ଥଇଥାନ କରାଯିବ । ଯଦି ଅଧିକ ଦୋକାନଘର ବାହାରେ ତେବେ ଅନ୍ୟବ୍ୟବସାୟୀ ମାନଙ୍କୁ ଥଇଥାନ କରାଯିବାକୁ ପ୍ରାଥମିକ ପର୍ଯାୟରେ ନିଷ୍ପତି ହୋଇଛି ।

ଅନ୍ୟପଟେ ଉଛେଦ ପ୍ରକ୍ରିୟାକୁ ସହଯୋଗ କରିଛନ୍ତି ବ୍ୟବସାୟୀ । ବ୍ୟବସାୟୀ ମାନଙ୍କୁ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ସେଭଳି କିଛି ଆଖିଦୁର୍ସିଆ ପ୍ରତିଶୃତି ଦିଆଯାଇନଥିବା ବେଳେ ଦୁଇବର୍ଷ ମଧ୍ୟରେ ଥଇଥାନ କରାଯିବାକୁ କୁହାଯାଇଛି । ତେବେ ଖୁବଶୀଘ୍ର ଥଇଥାନ କରାଯିବାକୁ ବ୍ୟବସାୟୀ ମାନେ ଦାବୀ କରିଛନ୍ତି
ଆଜି ଶାନ୍ତି ଶୃଙ୍ଖଳାର ସହ ଉଛେଦ କାର୍ଯ୍ୟ ଚାଲିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ବିଶ୍ୱଐତିହ୍ୟ ନଗରୀ ଭାବେ ପୁରୀକୁ ଗଢି ତୋଳିବାକୁ ସ୍ବପ୍ନ ଦେଖିଥିବା ରାଜ୍ୟସରକାର କେବେ ଏମାନଙ୍କୁ ଥଇଥାନ କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।