Odia News Portal

ପୁରୀ ଜିଲ୍ଲାପାଳଙ୍କ ଦ୍ଵାରା କୋଭିଡ କେୟାର ସେଣ୍ଟରର ଶୁଭାରମ୍ଭ

ପୁରୀ- ଜିଲ୍ଲାପାଳ ସମର୍ଥ ବର୍ମା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଥିବା କୋଭିଡ କେୟାର ସେଣ୍ଟର ଶୁଭାରମ୍ଭ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଏଠାରେ ୮୦ଟି ଶଯ୍ୟାର ବ୍ୟବସ୍ଥା ଥିବାବେଳେ ୫୦ଟି ଅକ୍ସିଜେନ୍  ସିଲିଣ୍ତର, ୪ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି ।

ସେହିଭଳି ସଂକ୍ରମିତ ରୋଗ ଚିକିତ୍ସାଳରେ ୧୩୦ଟି ଶଯ୍ୟା, ୧୫ଟି ଆଇସିୟୁ ଓ ୨୦୦ଟି ଅକ୍ସିଜେନ ସିଲିଣ୍ତର ରହିଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ପିକେଡିଏ ସଚିବ ଲଲାଟେନ୍ଦୁ ସାହୁ, ହସପିଟାଲ ପରିଚାଳକ ଡଃ ଦେବଦୁଲ୍ଲଭ ନାୟକ, ଡାକ୍ତର, ପାରାମେଡିକ୍ସ ପ୍ରମୁଖ ଉପସ୍ଥିତ ଥିଲେ ।