Odia News Portal

ବଙ୍ଗ ଭୂତାଣୁ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

ପଶ୍ଚିମବଙ୍ଗକୁ ଲାଗି ସବୁ ରାସ୍ତାରେ କଡ଼ାକଡ଼ି ଚେକିଂ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ନୂଆ ଷ୍ଟ୍ରେନ୍ ଦେଖାଯାଇଛି । ଏହା ରାଜ୍ୟ ପାଇଁ ସତର୍କଘଂଟି ସଦୃଶ ହୋଇଛି । ଏହାକୁ ବେଙ୍ଗଲ ଷ୍ଟ୍ରେନ୍ ବୋଲି କୁହାଯାଇଛି । ପଶ୍ଚିମବଙ୍ଗରୁ ପ୍ରବାସୀମାନେ ରାଜ୍ୟ ଫେରୁଥିବାରୁ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ଆଜି ପ୍ରେସ୍ ବିବୃତିରେ କହିଛନ୍ତି ଯେ, ଏଥର ପଶ୍ଚିମବଙ୍ଗରୁ ଆସିଲେ କ୍ୱାରେଣ୍ଟାଇନ୍ ରହିବେ । ଏ ନେଇ ମୁଖ୍ୟ ସଚିବ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି ଙ୍କୁ ନିର୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗରେ ନୂଆ ଷ୍ଟ୍ରେନ୍ ଦେଖାଦେବା ଓ କରୋନା ସଂକ୍ରମଣ ଦେଖାଦେଇଥିବାରୁ ପଶ୍ଚିମବଙ୍ଗକୁ ଲାଗି ରହିଥିବା ସମସ୍ତ ରାସ୍ତାରେ ଚେକିଂ କଡାକଡି କରାଯିବ । ପଶ୍ଚିମବଙ୍ଗରୁ ଯେ କେହି ବି ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍ ରହିବେ । ସମସ୍ତ ରାସ୍ତାରେ ଚେକିଂ କଡାକଡି ହେବ । ଆସୁଥିବା ଲୋକମାନଙ୍କୁ ଆରଟିପିସିଆର ନେଗେଟିଭ୍ ଓ ଦ୍ୱିତୀୟ ଡୋଜର ସାର୍ଟିଫିକେଟ ଦେଖାଇବାକୁ ପଡିବ । ନଚେତ୍ ସେମାନଙ୍କୁ ଟିଏମ୍ସିରେ କିମ୍ବା ପେଡ୍ କ୍ୱାରେଣ୍ଟାଇନ୍ ରହିପାରିବେ । ଟିଏମ୍ସିରେ ରହୁଥିବା ଲୋକଙ୍କୁ ରାଜ୍ୟ ସରକାର ରହିବା ଓ ଖାଇବା ବ୍ୟବସ୍ଥା କରିବେ ।

ସେହିପରି ବିମାନ ବନ୍ଦର ପାଇଁ ମଧ୍ୟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଓ ଝାରସୁଗୁଡା ବିମାନବନ୍ଦରକୁ ଆସୁଥିବା ଯାତ୍ରୀମାନେ ୪୮ ଘଣ୍ଟା ପୂର୍ବରୁ ନେଗେଭିଟ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ନଚେତ୍ ସେମାନଙ୍କ୍ୁ ଘରକୁ ଯିବାକୁ ଦିଆଯିବନାହିଁ । ସେମାନେ ହୋମ୍ କ୍ୱାରେଣ୍ଟାଇନ୍ ରହିପାରିବେ ନାହିଁ । ସେମାନଙ୍କ୍ୁ ବିମାନବନ୍ଦରରୁ ସିଧାସଳଖ କ୍ୱାରେଣ୍ଟାଇନ ସେଣ୍ଟର କିମ୍ବା ପେଡ୍ କ୍ୱାରେଣ୍ଟାଇନ୍କୁ ନିଆଯିବ ।