Odia News Portal

ଦୁଷ୍କର୍ମ ଓ ହତ୍ୟାକାରୀ ୨ଆସାମୀ ଗିରଫ

ଫୁଲବାଣୀରେ ଜଣେ ମହିଳାଙ୍କୁ ଲିଫ୍ଟ ଦେବା ନାଁରେ ଉଠାଇନେଇ ଗଣ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗରେ ଚକାପାଦ ପୋଲିସ ୨ଜଣ ଆସାମୀଙ୍କୁ ଗିରଫ କରିଛି । ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି । ୪ଜଣ ଲୋକ ଜଣେ ମହିଳାଙ୍କୁ ରାସ୍ତାରୁ ଲିଫ୍ଟ ଦେବା ବାହାନାରେ ନେଇଯାଇ ଏକ ଘରେ ରଖିଥିଲେ ଏବଂ ତାଙ୍କ ସହିତ ଗଣବଳାକ୍ରାର କରିଥିଲେ । ପରେ ଧରା ପଡିବା ଭୟରେ ତାଙ୍କୁ ର୍ନିମମ ଭାବେ ହତ୍ୟା କରିଥିଲେ । ଏଥିରେ ସପୃକ୍ତ ଥିବା ସୁଦାମ ନାୟକ ଓ ରଂଜନ କଅଁରଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ୨ଜଣ ଏବେବି ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି ।