ରାୟଗଡ଼ା : ମଦମୁକ୍ତ ହେବ ଗାଁ । ମଦ ରାନ୍ଧିଲେ କି ପିଇଲେ ମିଳିବ କଠୋରରୁ କଠୋର ଦଣ୍ଡ । ଗାଁରୁ ବାସନ୍ଦ ହେବା ସହ ଦେବାକୁ ପଡିବ ୫ହଜାର ଟଙ୍କା ଜରିମାନା । ମଦ ଉପରେ ରୋକ୍ ଲଗାଇବାକୁ ରାୟଗଡ଼ା ସଦର ବ୍ଲକ୍ ବାଇସିଂ ପଞ୍ଚାୟତର ଜୁରୁଡ଼ି ଗାଁଲୋକଙ୍କ ଏହି ପ୍ରୟାସ । ଫଳରେ ଦୀର୍ଘଦିନ ହେବ ଗାଁରେ ମଦ ବନ୍ଦ ହୋଇଯାଇଛି। ପୂର୍ବରୁ ଏହି ଗାଁର ଲୋକେ ମଦ ପିଇ ପରିବାରରେ ବିଶୃଙ୍ଖଳା ସୃଷ୍ଟି କରୁଥିଲେ । ଏବେ ଆଉ ସେ ପରିସ୍ଥିତି ନାହିଁ ।
ଗାଁକୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ସମସ୍ତେ । ଗାଁରେ ଏକ ବୈଠକ କରି ମଦ ପିଉଥିବା ଲୋକଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେପଟେ ଗାଁଲୋକଙ୍କ ଏହି ଉଦ୍ୟମକୁ ଅବକାରୀ ବିଭାଗ ପକ୍ଷରୁ ପ୍ରଶଂସା କରାଯାଇଛି।
