Odia News Portal

ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀଙ୍କ ପରଲୋକ

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଛି । ମଙ୍ଗଳବାର ରାତ୍ରିରେ ଦିଲ୍ଲୀର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ହୃଦଘାତ ଯୋଗୁ ସୁଷମା ସ୍ବରାଜଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ବହୁଦିନ ଧରି ଅସୁସ୍ଥ ଥିଲେ । ତାଙ୍କର କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା । ଅସୁସ୍ଥତା କାରଣରୁ ୨୦୧୯ ନିର୍ବାଚନ ରୁ ସେ ନିଜକୁ ଦୂରେଇ ରଖିଥିଲେ । ସୁଷମା ସ୍ବରାଜ ଦେଶର ପ୍ରଥମ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ । ବିଜେପି ଶାସନ ସମୟରେ ସୁଷମା ଦିଲ୍ଲୀ ର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ । ସେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ସ୍ଵଭାଗ୍ୟ ଅର୍ଜନ କରିଥିଲେ । ସୁଷମା ସ୍ବରାଜ ୧୯୫୨ ମସିହା ଫେବୃଆରୀ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଆମ୍ବଲାରେ ଏସଡି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଚଣ୍ଡୀଗଡ଼ ପଞ୍ଜାବ ବିଶ୍ଵବିଦ୍ୟାଳୟ ରୁ ଲ ଡିଗ୍ରୀ ହାସଲ କରିଥିଲେ । ସୁଷମା ସ୍ବରାଜ ୧୯୭୪ ଛାତ୍ର ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଥିଲେ ।