ସୁନ୍ଦରଗଡ଼ : ଆରମ୍ଭ ହେଲା ମୁଁ ନବୀନଙ୍କ ପାଇଁ କହୁଛି କାର୍ଯ୍ୟକ୍ରମ। ୧୯ବର୍ଷ ଧରି ଶାସନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଛାତ୍ର, ଛାତ୍ରୀ ମାନଙ୍କ ପାଇଁ ମେଧାବୃତ୍ତି ଯୋଜନା, ଲ୍ୟାପଟପ୍ ବଣ୍ଟନ ଏବଂ ଚାଷୀଙ୍କ ପୁଅ ଓ ଝିଅଙ୍କ ପାଇଁ କାଳିଆ ମେଧାବୃତ୍ତି ଯୋଜନା ପ୍ରଣୟନ କରିଥିବାରୁ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହିତ। ଏହି ବାର୍ତ୍ତାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବାକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ନିଆରା କାର୍ଯ୍ୟକ୍ରମ ମୁଁ ନବୀନଙ୍କ ପାଇଁ କହୁଛି। ସୁନ୍ଦରଗଡ଼ରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ।
