ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଅଞ୍ଚଳରେ ଘଟିଛି ପୁଣି ଏକ ଲଜ୍ୟାକର ଘଟଣା। ଜଣେ ନିଷ୍ପାପ ୪ ବର୍ଷର ଶିଶୁକନ୍ୟାକୁ ଚଲୋଲେଟ୍ ଦେବାର ପ୍ରଲୋଭନ ଦେଖାଇ ମୋଟର ସାଇକେଲରେ ଘରୁ ବାହାରକୁ ନେଇ ଏକ ପଡ଼ିଆ ପାଖରେ ଦୁଷ୍କର୍ମ କରିଛି ଜଣେ ନରପିଶାଚ। କେବଳ ସେତିକି ନୁହେଁ, ୪ ବର୍ଷର ଶିଶୁଟି ମରିଗଲା ଭାବି ତାକୁ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲା ଅଭିଯୁକ୍ତ ଯୁବକ। ଗାଁ ଲୋକେ ନାବାଳିକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ରାଇବୋଗା ଡାକ୍ତରଖାନା ଓ ପରେ ରାଉରକେଲାସ୍ଥିତ ଆଇଜିଏଚ୍ରେ ଭର୍ତ୍ତି କରିଛନ୍ତି। ଅପରପକ୍ଷେ ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରୁ ଲୁଚି ପଳାଇବାକୁ ଉଦ୍ୟମ କରୁଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅନ୍ତର୍ଗତ ଗପୁର ଗାଁର ସଞ୍ଜୟ ଡୁଙ୍ଗଡୁଙ୍ଗ ନାମକ ଜଣେ ୩୦ ବର୍ଷୀୟ ଯୁବକ ଗତକାଲି ସନ୍ଧ୍ୟାରେ ଜଣେ ୪ ବର୍ଷୀୟ ଶିଶୁକନାକୁ ନିଜ ମୋଟରସାଇକେଲରେ ବସାଇ ଚକୋଲେଟ୍ ଦେବ ବୋଲି କହି ସାଙ୍ଗରେ ନେଇ ଯାଇଥିଲା। ପରେ ଗାଁ ପାଖରେ ଥିବା ସ୍କୁଲ ପଡ଼ିଆରେ ସଞ୍ଜୟ ଅତି ଅମାନୁଷିକଭାବେ ନିରୀହ ଶିଶୁଟି ସହିତ ଦୁଷ୍କର୍ମ କରିଥିଲା।ା ଫଳରେ ଶିଶୁଟି ସଜ୍ଞାହୀନ ହୋଇପଡ଼ିଥିଲା। ଏହା ପରେ ଘଟଣାସ୍ଥଳରୁ ସଞ୍ଜୟ ଫେରାର ହୋଇଯାଇଥିଲା। ତେବେ ଶିଶୁଟି ପଡ଼ିଆରେ ପଡ଼ିଥିିବା କେତେକ ଲୋକ ଦେଖି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତ କରିଥିଲେ। ମାତ୍ର ତାଙ୍କ ଅବସ୍ଥା ଗୁୁରୁତର ଥିବାରୁ ତାଙ୍କୁ ଆଇଜିଏଚ୍୍ରେ ଭର୍ତ୍ତି କରାଯାଇଛି। ଶିଶୁଟି ସେଠାରେ ଜୀବନମରଣ ସହିତ ସଂଗ୍ରାମ କରୁଥିବା ବେଳେ ରାଏବୋଗା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
Sign in
Sign in
Recover your password.
A password will be e-mailed to you.