Odia News Portal

ରୁକୁଣା ରଥ ପାଇଁ କାଠ ଅନୁକୂଳ

ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ଆଜି କାଠ ଅନୁକୂଳ ହୋଇଛି । ସେବାୟତ ଓ ପୂଜକମାନେ ପାରମ୍ପରିକ ଭାବେ ରଥ କାଠର ପୂଜାର୍ଚ୍ଚନା କରିଛନ୍ତି । ଆସନ୍ତା ଏପ୍ରିଲ ୧୩ ତାରିଖରେ ଅଶୋକାଷ୍ଟମୀ ଯାତ୍ରା ପାଳନ କରାଯିବ । ଏହି ଦିନ ପ୍ରଭୁ ଲିଙ୍ଗରାଜ ରଥ ଚଢ଼ି ମାଉସୀ ମା ମନ୍ଦିରକୁ ଯାତ୍ରା କରିବେ । ଆଜି ପୂଜାର୍ଚ୍ଚନା ପରେ ରଥ ନିର୍ମାଣ କାମ ଆରମ୍ଭ ହେବ ।