Odia News Portal

ଭୁବନେଶ୍ୱରରେ ପହଞ୍ଚିଲା ସହିଦଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଦୁଇ ଓଡ଼ିଆ ଯବାନଙ୍କ ମରଶରୀର । ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ଓଡ଼ିଆ ଯବାନ କନ୍ଧମାଳ ରାଇକିଆର ସହିଦ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁର ନନ୍ଦୁରାମ ସୋରେନଙ୍କ ମରଶରୀର ଆସି ପହଞ୍ଚିଛି । ଲଦାଖରେ ଚୀନ ସୈନ୍ୟଙ୍କ ସହ ସଙ୍ଘର୍ଷରେ ୨ଯବାନ ସହିଦ ହୋଇଥିଲେ । ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି ।