Odia News Portal

ସହିଦନଗରରେ ହେବ ୭୦ ଫୁଟର ଲକ୍ଷେ୍ନା ରାଜପ୍ରସାଦ

ଭୁବନେଶ୍ବର() ପାର୍ବଣର ଅଗମନରେ ଧରାପୃଷ୍ଟକୁ ଆସୁଛନ୍ତି ମ’ା ଜଗତଜନୀ ଦୁର୍ଗା । ମ’ାଙ୍କ ଆଗମନକୁ ଆଖି ଆଗରେ ରଖି ରାଜଧାନୀର ସମସ୍ତ ଦୁର୍ଗପୂଜା କମିଟି ପକ୍ଷରୁ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଳାଣି । ବିଗତ ୪୦ ବର୍ଷ ଶାନ୍ତିଶୃଙ୍ଖଳା ଓ ସମ୍ପୂର୍ଣ୍ଣ ରିତିନୀତିରେ ମା’ଙ୍କ ପୂଜା ସମ୍ପର୍ଣ୍ଣ କରି ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ଆଦୃତ ହୋଇଛି ସହିଦନଗର ଦୁର୍ଗା ପୂଜାସମିତି । ଚଳିତ ବର୍ଷ ଚାନ୍ଦିମେଢ ସହିତ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ୧୫ ଫୁଟ୍ ଉଚ୍ଚତାରେ ସିଂହବାହିନୀରେ ଶ୍ରଦ୍ଧାଳଙ୍କୁ ମା’ ଦର୍ଶନ ଦେବେ ।

ଏଥିପାଇଁ କଟକର ମୂର୍ତ୍ତୀ ଶିଳ୍ପୀ ଲକ୍ଷ୍ମୀଧର ରଣା ଓ ତାଙ୍କ ସହଯୋଗିମାନେ ଶୃଜନତାର ଶ୍ରେÂ ସ୍ପର୍ଷ ଦେବା ପାଇଁ କାର୍ୟ୍ୟ ଆରମ୍ଭ କରି ଦେଇଥିବା ସମିତିର ସମ୍ପାଦକ ନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି । ଏଥର ପୂଜାମଣ୍ଡପକୁ ଆକର୍ଷଶୀୟ କରିବା ପାଇଁ ସମିତି ପକ୍ଷରୁ ୭୦ଫୁଟ୍ ଉଚ୍ଚ ୧୨୦ ଫୁଟ୍ ଉଚ୍ଚତାର ଲକ୍ଷେ୍ନାର ପ୍ରସିଦ୍ଧ୍ୟ ରାଜପ୍ରସାଦ ସଦୃଶ ଆଖି ଝଲସି ଉଠିବା ଭଳି ଏହି ତୋରଣ ନିର୍ମାଣ କରାଯିବ ବୋଲି ସମିତିର ମୁଖ୍ୟ ଉପଦେଷ୍ଟା ଡାକ୍ତର ଜଗନ୍ନାଥ ମହାପାତ୍ର କହିଛନ୍ତି । ଏଥିପାଇଁ କଲିକତାର ଲୋକପ୍ରିୟ ଶିଳ୍ପୀ ଅସିମ ମାଇତିଙ୍କ ସହ ୩୫ଜଣ କାରିଗର କାର୍ୟ୍ୟରେ ଲାଗିଥିବା ଶ୍ରୀ ମହାାପତ୍ର କହିଛନ୍ତି ।

ଏହା ସହିତ ଶ୍ରଦ୍ଧାଳୁଙ୍କ ଶୃଙ୍କଳିତ ଦର୍ଶନ ପାଇଁ ୧୬ଟି ସିସିଟିଭି କ୍ୟାମେରା, ମହିଳା, ବରିଷ୍ଟ ନାଗରିକ ଓ ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସମିତି ପକ୍ଷରୁ ମହିଳା ଓ ପୁରୁଷ ସ୍ୱେଛାସେବୀ ଏବଂ ୪ ପ୍ଲାଟୁନ୍ ପୁଲିସ୍ ବାହିନୀ ସହଯୋଗ କରିବେ ବୋଲି ସମିତିର ସଭାପତି ସଚ୍ଚିଦାନନ୍ଦ ରଥ ପ୍ରକାଶ କରିଛନ୍ତି । ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ସଂନ୍ଧ୍ୟାରେ ରାଜ୍ୟର ସୁନାମଧନ୍ୟ କଣ୍ଠଶିଳ୍ପୀ ମନ୍ନଥ ମିଶ୍ର,ସୁଧାକର, ଇପସିତା ପଣ୍ଡା,ପ୍ରଶାନ୍ତ ପାଢୀ, ଅନୁସୂୟା ନାଥ,ଜଗବନ୍ଧୁ ମୁଦୁଲିଙ୍କ ଭଜନ ପରିବେଷଣ କରବା ସହିତ ରାଜ୍ୟ ବାହରୁ ବହୁ କଣ୍ଠଶିଳ୍ପୀ ଯୋଗ ଦେବାର କାର୍ୟ୍ୟକ୍ରମ ରହିଚି ବୋଲି ସମ୍ପାଦକ ଶ୍ରୀ ମହାପାତ୍ର କହିଛନ୍ତି । ଏହା ସହିତ ମଣ୍ଡପରେ ଚାରିପଟେ ସୁନ୍ଦର ଏଲ୍ଇଡି ଲାଇଟ୍ରେ ବିଭିନ୍ନ ଚିତ୍ର ପ୍ରଦର୍ଶନ କରାଯିବା ସହିତ ପୂଜାମଣ୍ଡପ ପଡିଆରେ ଦୋଳି ଓ ମୀନାବଜାର ପୂଜାକୁ ଅଧିକ ଆକର୍ଷଣ କରିବ ବୋଲି ସମିତି ପକ୍ଷରୁ କୁହାଯାଇଛି ।