Odia News Portal

ଲାଲୁ ଯାଦବଙ୍କ ଜାମିନ ଆବେଦନ ଖାରଜ

ଆର୍ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ବର୍ତ୍ତମାନ ଚାରା ଘୋଟାଲାରେ ସଜା କାଟୁ ଥିବା ଲାଲୁ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ରେ ଚିକିତ୍ସାଧୀନ ଅଛନ୍ତି ।

ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଦର୍ଶାଇ ଜାମିନ୍ ଅବେଦନ କରିଥିଲେ ଲାଲୁ । ପ୍ରଥମେ ହାଇକୋର୍ଟରେ ଆବେଦନ କରିଥିଲେ । ଏଠାରେ ଖାରଜ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଲାଲୁ । ହେଲେ ସୁପ୍ରିମକୋର୍ଟ ମଧ୍ୟ ଲାଲୁଙ୍କ ଜାମିନ୍ ଅବେଦନ ଖାରଜ କରିଦେଇଛନ୍ତି ।

ଲାଲୁଙ୍କ ଅନୁରୋଧ ବିରୋଧରେ ମଙ୍ଗଳବାର ଦିନ ସିବିଆଇ ଏକ ସତ୍ୟପତ୍ର ଦାଖଲ କରିଥିଲା। ଯେଉଁଥିରେ ସିବିଆଇ ଦର୍ଶାଇ ଥିଲା ଯେ ନିର୍ବାଚନ ସମୟରେ ରାଜନୈତିକ କାର୍ୟ୍ୟକଳାପ ଆଳରେ ଲାଲୁ ଜାମିନ ମାଗୁଛନ୍ତି । ତେଣୁ ତାଙ୍କୁ ଜାମିନ ମଞ୍ଜୁର କରାଯିବା ଉଚିତ ନୁହେଁ।

ଚାରା ଘୋଟାଲା ମାମଲାରେ ଲାଲୁଙ୍କୁ ୨୭ ବର୍ଷ ସଜା ଶୁଣାଯାଇଛି । କିନ୍ତୁ ଏପର୍ୟ୍ୟନ୍ତ ସେ ଜମା ୨୦ ମାସ ସଜା କାଟିଛନ୍ତି । । ତେବେ ୧୯୮୦ ପରଠାରୁ ଏଭଳି ପ୍ରଥମ ଥର ହେବାକୁ ଯାଉଛି କି, ଲାଲୁଙ୍କ ବିନା ଏଥର ନିର୍ବାଚନ ହେବ ।