ଢେଙ୍କାନାଳର ବେଲଟିକିରି ସେଲଟର ହୋମରେ ଅନ୍ତେବାସିନୀ ମାନଙ୍କୁ ଦିଆଯାଉଥିବା ନିର୍ଯାତନା ସମ୍ପର୍କରେ ଲୋମହର୍ଷଣକାରୀ ତଥ୍ୟମାନ ମିଳିବାରେ ଲାଗିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ରାଜ୍ୟ ସରକାର ମଧ୍ୟ ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହିତ ଏହି ସେଲଟର ହୋମ ଓ ଏହାର ଅନ୍ୟାନ୍ୟ ଶାଖା ଗୁଡିକୁ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଢେଙ୍କାନାଳ ଉପଜିଲ୍ଲାପାଳ ସେଲଟର ହୋମରେ ପହଂଚି ଅନ୍ତେବାସିନୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ଏହି କାଳ କୋଠରୀର କଳା କାହାଣୀ ପଦାକୁ ଆସିଛି ଏବଂ ଦିନକୁ ଦିନ ନୂଆ ନୂଆ ଚାଂଚଲ୍ୟ ତଥ୍ୟ ମିଳୁଛି ।
ଏହି ସେଲଟରହୋମର ରୋଷେୟା ପୀତବାସ ଦିଗଲ
ଏ ସବୁର ପର୍ଦାଫାସ କରି କହିଛନ୍ତି ଯେ ସେଠାରେ ବଡ ବଡ ଝିଅ ମାନଙ୍କୁ ଏହି ସଂସ୍ଥାର ମାଲିକ ଫୟାଜ ରହମନ ଓରଫ ଡାଡି ବିଭିନ୍ନ ସମୟରେ ଶାରିରୀକ ନିର୍ଯାତନା ଦେବା ସହିତ ସେମାନଙ୍କ ଆଲିଙ୍ଗନ କରୁଥିଲେ ଓ ଚୁମ୍ବନ ମଧ୍ୟ ଦେଉଥିଲେ । ଏହି ସଂସ୍ଥାର ମାଲିକଙ୍କ ସହିତ ଅନେକ ସମୟରେ ବିଦେଶୀମାନେ ବି ଏଠାକୁ ଆସି ଝିଅ ମାନଙ୍କ ପ୍ରତି ଅନୁରୂପ ଭାବେ ବ୍ୟବହାର କରୁଥିଲେ କେବଳ ସେତିକି ନୁହେଁ ଏହି ସଂସ୍ଥାର ଇଣ୍ଟରନାଲ ଅଡିଟର ପ୍ରମୋଦ ରାଉଳ ଗତ ସେପ୍ଟେମ୍ବର ୨୪ରେ ଏହାର ସମସ୍ତ ଶାଖା ସେଲଟରହୋମ ଗୁଡିକୁ ଇମେଲ ପଠାଇ କୌଶସି ସମୟରେ ନିର୍ଯାତନା ସମ୍ପର୍କରେ ପାଟି ନଖୋଲିବାକୁ ନିଦେ୍ର୍ଧଶ ଦେଇଥିଲେ । ଏଥିରେ ଏହୀ ସଂସ୍ଥାର ମାଲିକ ଫୟାଜ ରହମନଙ୍କୁ ଡାଡି ବୋଲି ସମ୍ବୋଧନ କରିବାକୁ କୁହାଯାଇଥିଲା । ସେଲଟର ହୋମରେ ସେମାନଙ୍କୁ ଭଲ ଖାଇବାକୁ ଦିଆଯାଉଥିଲା ଓ ଭଲ ବ୍ୟବହାର କରାଯାଉଥିଲା ବୋଲି କହିବାକୁ ମଧ୍ୟ ଇମେଲରେ କୁହାଯାଇଥିଲା । ଏହି ଇମେଲରୁ ମଧ୍ୟ ସେଲଟର ହୋମର ଜଘନ୍ୟ କାରବାର ସମ୍ପର୍କରେ ତଦନ୍ତ ବେଳେ ପଦାକୁ ଆସିଛି ।
ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ ଏହି ସେଲଟରହୋମ ବେଆଇନ ଭାବରେ ଚାଲିଥିଲା ଏହାକୁ ସରକାରୀ ମଂଜୁରୀ ଦିଆଯାଇନାହିଁ । ଏହି ଘଟଣା ସମ୍ପର୍କରେ ତଦନ୍ତ ଚାଲୁ ରହିଛି । ଏବଂ ଏହା ମଧ୍ୟରେ ସେଲଟର ହୋମରତ୍ତତତ୍ୱାବଧାରକକୁ ଗିରଫ କରାଯାଇଛି । ଏହାର ଏମଡିକୁ ଖୋଜାଯାଉଛି । ଏହି ସଂସ୍ଥା ପକ୍ଷରୁ ବିଭିନ୍ନ ସ୍ଥାନରେ ୨୨ରୁ ଅଧିକ ସେଲଟର ହୋମ ରହିଥିବା ତଦନ୍ତରୁ ଜଣାପଡିଛି । ବେଲଟିକିରି ସେଲଟର ହୋମକୁ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି ଏବଂ ଏହାର ଅନ୍ତେବାସିନୀ ମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
Sign in
Sign in
Recover your password.
A password will be e-mailed to you.