ନୂଆଦିଲ୍ଲୀ : ସିମ୍ କାର୍ଡ ଭେରିଫିକେସନରେ ହେଉଥିବା ଫ୍ରଡକୁ ରୋକିବା ପାଇଁ ଦୂରସଞ୍ଚାର ବିଭାଗରେ ବ୍ଲକ ୱାୟର ଓ କମ୍ପାନୀଜ୍(Bulk Buyer and Companies) ପାଇଁ ଗ୍ରାହକ ଭେରିଫିକେସନ୍ ନିୟମ କଡା କରିଦେଇଛି । ନୂଆ ନିୟମ ଅନୁସାରେ ଟେଲିକମ୍ କମ୍ପାନୀକୁ ନୂଆ କନେକ୍ସନ ଦେବା ପୂର୍ବରୁ କମ୍ପାନୀର ରେଜିଷ୍ଟ୍ରେସନ୍ ଯାଞ୍ଚ କରିବାକୁ ହେବ ଏବଂ ପ୍ରତି ୬ ମାସରେ କମ୍ପାନୀର ଭେରିଫିକେନସନ୍ କରାଇବାକୁ ପଡିବ । କମ୍ପାନୀ ନାଁରେ ସିମ୍ କାର୍ଡର ଫ୍ରଡ୍ ବଢିବା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । Corporate Affairs ମନ୍ତ୍ରାଳୟରେ କମ୍ପାନୀର ରେଜିଷ୍ଟ୍ରେସନ ଯାଞ୍ଚ କରିବାକୁ ହେବ । କହିରଖୁଛୁ ଏହା ପୂର୍ବରୁ ଟେଲିକମ୍ ବିଭାଗ ଟେଲିକମ୍ ଗ୍ରାହକଙ୍କୁ ଭେରିଫିକେସନ୍ ପେନାଲ୍ଟି ନିମରେ ଢିଲା ଦେବା ପାଇଁ ନିଷ୍ପତ୍ତି ନେଇଥିଲା । ପ୍ରତି ଛୋଟ ଭୁଲ ପାଇଁ ଟେଲିକମ୍ କମ୍ପାନୀମାନଙ୍କ ଉପରେ ୧ ଲକ୍ଷ ଟଙ୍କାର ପେନାଲ୍ଟି ଲାଗିବନି ।
ସରକାର ଏପର୍ଯ୍ୟନ୍ତ ଗ୍ରାହକ ଭେରିଫିକେସନ୍ ନିୟମର ପାଳନ ନକରିବାରୁ ଟେଲିକମ୍ କମ୍ପାନୀ ଉପରେ ୩୦୦୦ କୋଟି ଟଙ୍କାରୁ ଅଧିକ ପେନାଲ୍ଟି ଲଗାଇ ସାରିଛନ୍ତି । ପ୍ରତି ୬ ମାସରେ କମ୍ପାନୀର ଲୋକେସନ ଯାଞ୍ଚ କରିବାକୁ ପଡିବ । ଏପରିକି କମ୍ପାନୀର ଯାଞ୍ଚ ସମୟରେ ଦ୍ରାଘିମା, ଅକ୍ଷାଂଶ ଆଦି ଫର୍ମରେ ଫିଲଅପ୍ କରିବାକୁ ପଡିବ । କମ୍ପାନୀର କନେକ୍ସନ କେଉଁ କର୍ମଚାରୀଙ୍କୁ ଦିଆ ହୋଇଛି ସେନେଇ ମଧ୍ୟ ସୂଚନା ଦେବାକୁ ପଡିବ । ଟେଲିକମ୍ କମ୍ପାନୀଗୁଡିକ ନୂଆ ନିୟମ ଲାଗୁ କରିବାକୁ ୩ ମାସ ସମୟ ମିଳିବ ।