Odia News Portal

କଲମ୍ବୋରେ ଭୟାବହ ବିସ୍ଫୋରଣ : ୧୦ ମୃତ୍ୟୁ, ୮୦ରୁ ଅଧିକ ଆହତ

କଲମ୍ବୋ :  ଇଷ୍ଟର ରବିବାର ଦିନ ଶ୍ରୀଲଙ୍କାର ୫ଟି ଚର୍ଚ୍ଚ ଏବଂ ୩ଟି ହୋଟେଲରେ ବିସ୍ଫୋରଣ ହୋଇଛି । ଗୋଟିଏ ବିସ୍ଫୋରଣ ରାଜଧାନୀ କଲମ୍ବୋର କୋଚଚିକଡେ ସ୍ଥିତ ସେଣ୍ଟ ଏନ୍ଥୋନୀ ଚର୍ଚ୍ଚରେ ହୋଇଛି । ସେହିପରି ଅନ୍ୟ ଗୋଟିଏ ବିସ୍ଫୋରଣ କଟୁଓ୍ବାପିଟୟା ଚର୍ଚ୍ଚରେ ହୋଇଛି । ରାଜଧାନୀର ସଙ୍ଗରୀ-ଲା ହୋଟେଲ ଏବଂ କିଙ୍ଗସବରୀ ହୋଟେଲରେ ମଧ୍ୟ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ନେଇ ସ୍ଥାନୀୟ ପୋଲିସ ସୂତ୍ରରୁ ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସର କହିବା ଅନୁସାରେ ୮୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ କଲମ୍ବୋ ନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ଫଳରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।