Odia News Portal

ଲକ୍ଷ୍ମୀଡୁଙ୍ଗୁରି ନିକଟରେ ରେଳ ଧାରଣା ଭିତରକୁ ପଶିଗଲା ଟ୍ରେଲର୍‌ ଟ୍ରକ

ସମ୍ବଲପୁର: ଆଜି ସକାଳେ ସମ୍ବଲପୁରଠାରୁ ଅଳ୍ପ ଦୂରରେ ଥିବା ଏକ ସ୍ଥାନରେ ଏକ ଅଘଟଣ ଘଟିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ-୫୩ରେ ସମ୍ବଲପୁରରୁ ବରଗଡ ଆଡକୁ ଯାଉଥିବା ବେଳେ ଏକ ଟ୍ରେଲର୍‌ ଟ୍ରକ୍‌ ରେଳ ଧାରଣା ଭିତରକୁ ପଶିଯାଇଛି। ଟ୍ରେନ୍‌ ଲାଇନ୍‌ କଡ ଦେଇ ଟ୍ରେଲର୍‌ଟି ଯାଉଥିବା ବେଳେ ଏକ ମୋଡ଼ ରାସ୍ତା ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇବସିଥିଲା। ଫଳରେ ଲକ୍ଷ୍ମୀଡୁଙ୍ଗୁରି ନିକଟରେ ରେଳ ଧାରଣା ଉପରକୁ ଚଢିଯାଇଥିଲା ଟ୍ରେଲର୍‌।

ଏହା ଫଳରେ କିଛି ସମୟ ପାଇଁ ସେଠାରେ ଅନ୍ୟାନ୍ୟ ଗାଡ଼ି ଅଟକି ଯାଇଥିଲା। ଠିକ୍‌ ସେହିପରି ଟ୍ରେନ ଚଳାଚଳର ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି। ଳକ୍ଷ୍ମୀ ଡୁଙ୍ଗୁରି ଆଗକୁ ହୀରାକୁଦ ରେଳ ଷ୍ଟେସନ୍‌ ରହିଛି।ଏହି ବାଟ ଦେଇ ବହୁ ରେଳ ଯାତାୟତ କରିବାର ସମୟ ଥିଲା। ଏହି କାରଣରୁ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ତେବେ ଏହି ଘଟଣାରେ କେହି ଆହତ ହୋଇ ନଥିବା ଜଣାଯାଇଛି।