Odia News Portal

ଓଲଟି ପଡିଲା ମଦ ବୋଝେଇ ପିକଅପ ଭ୍ୟାନ

ସୋରୋ: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଚଡ଼କମରା ନିକଟରେ ଦୁର୍ଘଟଣା ହୋଇଛି | ଏକ ବିଅର ବୋଝେଇ ପିକଅପ ଭ୍ୟାନ ଓଲଟି ଯିବାରୁ ବିୟର ବୋତଲ ଏବଂ ପେଟି ସବୁ ବିଛାଡ଼ି ପଡିଥିଲା । ସୂଚନାଯୋଗ୍ୟ ଯେ, ବିୟର ବୋଝେଇ ପିକଅପ ଭ୍ୟାନଟି ବାଲେଶ୍ୱରରୁ ଭଦ୍ରକ ଯାଉଥିବାବେଳେ ସୋର ଚଡକମାରା ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଫଳରେ ଚାଳକ ଆହତ ହୋଇଥିଲାବେଳେ ସ୍ଥାନୀୟ ଲୋକମାନେ ବିୟର ବୋତଲ ଚୋରି କରିନେଇ ଯାଉଥିବାର ଦେଖିବାକୁ ମିଳିଥିଲା । ଖବରପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।