Odia News Portal

ଏଟିଏମ୍‌ ଭଙ୍ଗାରୁଜା କରିବା ସହ ଲୁଟ୍‌ କଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର: ମାତିଲେ ଏଟିଏମ୍‌ ଲୁଟେରା। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ପାଖରେ ଥିବା ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ଏଟିଏମରେ ପଶି ଭଙ୍ଗାରୁଜା କରିଛନ୍ତି । ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡିନାହିଁ । ଖବର ଜଣାପଡିବା ପରେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ସାହାଯ୍ୟରେ ଦୁର୍ବୃତ୍ତଙ୍କୁ ଧରିବାକୁ ତନାଘନା ଜାରି ରଖିଛି।