ନୂଆଦିଲ୍ଲୀ () ଏବର୍ଷ ବଜେଟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ସ୍ପେଶାଲ୍ ପ୍ରୋଟେକ୍ସନ ଗ୍ରୃପ୍ (ଏସପିଜି) ପାଇଁ ୬୦୦କୋଟି ଟଙ୍କାର ଆବଣ୍ଟନ କରାଯାଇଛି। ପ୍ରଥମେ ଏସପିଜିର ବଜେଟ୍ ୫୪୦କୋଟି ଟଙ୍କା ଥିଲା। ବର୍ତ୍ତମାନ କେବଳ ପ୍ରଧାନମନ୍ତ୍ରୀଙ୍କ ପାଖରେ ୩୦୦ଯବାନ ଥିବା ଏସପିଜି ସୁରକ୍ଷା ରହିଛି।
କଂଗ୍ରେସ୍ ନେତା ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗତ ବର୍ଷ ନଭେମ୍ବର ଯାଏଁ ଏସପିଜି ସୁରକ୍ଷା ମିଳିଥିଲା। ଏସପିଜି ଅଧିନିୟମ ସମୀକ୍ଷା ପରେ ତାଙ୍କଠୁ ଏହି ସୁରକ୍ଷା ବ୍ୟବସ୍ଥା ନିଆଯାଇଥିଲା।
