ଚଳିତ ସିଜିନ୍ର ହିରୋ ଚ୍ୟାଲେଞ୍ଜ୍ ଇଡେନ୍ବର୍ଗ ନିକଟସ୍ଥ ନର୍ଥ
ବେରୱିକ୍ର ରିନାଇସାନ୍ସ୍ କ୍ଲବ୍ରେ ମଙ୍ଗଳବାର ଅନୁଷ୍ଠିତ
ହୋଇଯାଇଛି । ସ୍କଟିଶ୍ ଓପନ୍-୨୦୧୯ ପୂର୍ବର୍ରୁ ଏହା ସମ୍ପନ୍ନ ହୋଇଛି । ଏଥିରେ ଇଂଲଣ୍ଡର ମାଟ୍ ଫିଟଜ୍ପ୍ୟାଟ୍ରିକ୍ ଆମେରିକାର ମାଟ୍ କୁଚରଙ୍କୁ ପରାଜିତ କରିଛନ୍ତି । ଏହାଦ୍ୱାରା ୨୪ ବର୍ଷ ବୟସ୍କ ମାଟ୍ ଫିଟଜ୍ପ୍ୟାଟ୍ରିକ୍ ହିରୋ ଚ୍ୟାଲେଞ୍ଜ୍ ଜିଣିବାର ପ୍ରଥମ ଖେଳାଳି ପାଲଟିଛନ୍ତି ।
ହିରୋ ମୋଟୋକର୍ପ ଅଧ୍ୟକ୍ଷ ପୱନ ମୁଞ୍ଜଲମାଟ୍ ଫିଟଜ୍ପ୍ୟାଟ୍ରିକ୍୍ଙ୍କୁ
ବିଜେତା ଟ୍ରଫି ପ୍ରଦାନ କରିଛନ୍ତି । ସ୍କଟିଶ୍ ଓପନ୍-୨୦୧୯ ଚ୍ୟାଲେଞ୍ଜ୍ ଗୁରୁବାରଠାରୁ ଆରମ୍ଭ ହେବ । ଏଥିରେ
୬ ଜଣ ଖେଳାଳି ଦୁଇଟି ଦଳରେ ବିଭକ୍ତ ହୋଇ ଖେଳିବେ । ଉଭୟ ଦଳର ଶ୍ରେଷ୍ଠ ଦୁଇ ଖେଳାଳି ସେମିଫାଇନାଲ୍କୁ ଯିବେ ।
ଏହି ଅବସରରେ ମାଟ୍ ଫିଟଜ୍ପ୍ୟାଟ୍ରିକ୍ କହିଲେ, ଏହି ଖେଳରେ ବିଜୟୀ ହୋଇଥିବାରୁ ମୁଁ ବେଶ୍ ଆନନ୍ଦିତ । ମାଟ୍ କୁଚର ଜଣେ ଉଚ୍ଚକୋଟୀର ଖେଳାଳି । ସେ ବଗ ବର୍ଷ ହିରୋ ଚ୍ୟାଲେଞ୍ଜ ଜିଣିଥିଲେ । ତାଙ୍କ ସହିତଖେଳିବାର ସୁଯୋଗ ପାଇଥିବାରୁ ବେଶ୍ ଗର୍ବର୍ିତ । ହିରୋ ମୋଟୋକର୍ପ ଚ୍ୟାଲେଞ୍ଜ୍ ଏକ ଅନନ୍ୟ ପ୍ରୟାସ । ଏହା ଦ୍ୱାରା ପେଶାଦାରଙ୍କ ସହିତ ସମ୍ପର୍କ ଯୋଡିବା ସହିତ ଦେଶର ଭବିଷ୍ୟତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ ଜାରି ରହିଛି । ଯୁବ ଗଲ୍ଫ ପ୍ରତିଭା ମାନଙ୍କର
ସୃଜନଶୀଳତା ଅନୁସାରେ ନିଜର ଦକ୍ଷତା ପ୍ରତିପାଦିତ କରି ଲିଭରପୁଲ୍ ୱାଟର ପ୍ରିନ୍ସ୍ ଡକ୍ରେ ନିଜର ଉକ୍ରର୍ଷତା ପ୍ରତିପାଦିତ କରିପାରିବେ । ଏହା ବ୍ରିଟିଶ୍ ମାଷ୍ଟର-୨୦୧୬ରେ ଅଭିଯାନ ଆରମ୍ଭ କରିଥିଲା ।
