ପେପର ଠୁଙ୍ଗା କରି ରୋଜଗାର କରୁଛନ୍ତି ମହିଳା। ସମ୍ବଲପୁର ଭତ୍ତରାର ଦୁଇ ଏସ୍ଏଚ୍ଜି ଗ୍ରୁପ୍ର ସଦସ୍ୟ ମାନେ ଠୁଙ୍ଗା ତିଆରି କରି ହୋଇପାରିଛନ୍ତି ସ୍ୱାବଲମ୍ଭୀ। ଏମାନଙ୍କର କାମକୁ ଜିଲ୍ଲାପାଳ ପ୍ରଂଶସା କରିବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।
ଚାଲିଛି ଠୁଙ୍ଗା ତିଆରି କାମ। ନିଜର ଜଞ୍ଜାଳମୟ ସଂସାରରୁ ସମୟ ବାହାର କରି ଠୁଙ୍ଗା ତିଆରି କାମରେ ଲାଗି ପଡିଛନ୍ତି ମହିଳା। ବିଭିନ୍ନ ପ୍ରକାର ପେପ୍ରକୁ କଟିଙ୍ଗ୍ କରି ଭଳି କି ଭଳି ଠୁଙ୍ଗା ତିଆରି କରୁଛନ୍ତି। ପ୍ରଶାସନଠାରୁ ୧୦ ହଜାର ଟଙ୍କା ସହାୟତା ଆଣି ପେପର୍ ଠୁଙ୍ଗା କରୁଛନ୍ତି ସମ୍ବଲପୁର ଭତ୍ତରାର ଜୟ ଜଗନ୍ନାଥ ଓ ଜୟ ସାଇରାମ ଏସ୍ଏଚ୍ଜି ଗ୍ରୁପ୍ର ସଦସ୍ୟା। ଆଉ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ସ୍ୱୟଂ ସହାୟକ ଗୋଷ୍ଠୀର ଏହି କାମକୁ ସମ୍ବଲପୁର ଜିଲ୍ଲାପାଳ ପ୍ରଶଂସା କରିବା ସହ ଆଗାମୀ ଦିନରେ ସାରା ଜିଲ୍ଲାରେ ଏହାକୁ ପ୍ରୋତ୍ସାହିତ କରାଯିବ ବୋଲି କହିଛନ୍ତି।