ସମ୍ବଲପୁର : ଓ୍ଵାଗନ୍ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଧାରୁଆଡିହି-ବାମରା ଷ୍ଟେସନ ମଝିରେ ଘଟିଛି ଏଭଳି ଘଟଣା। ବ୍ରଜରାଜନଗରରୁ ପଶ୍ଚିମବଙ୍ଗର ପୋଲାଘାଟ ଯିବା ବେଳେ ଟ୍ରେନର ୫ଟି ଓ୍ଵାଗନ୍ ଛାଡ଼ି ପ୍ରାୟ ଅଧା କିଲୋମିଟର ଆଗକୁ ପଳାଇଥିଲା ଟ୍ରେନ୍। ପରେ ଟ୍ରେନ୍ ଡ୍ରାଇଭର ଘଟଣା ସଂପର୍କରେ ଜାଣିବା ପରେ ପଛକୁ ଫେରିଥିଲେ । ଓ୍ଵାଗନଗୁଡ଼ିକୁ ପୁଣି ସଂଯୋଗ କରାଯିବା ପରେ ଆଗକୁ ବଢ଼ିଥିଲା ଟ୍ରେନ୍ ।