Odia News Portal

ପାଖରେ ସମ୍ବଳ ନାହିଁ, ତଥାପି ଆଗକୁ ପାଠ ପଢି ଡାକ୍ତର ହେବାର ସ୍ୱପ୍ନ ଦେଖିଛନ୍ତି ରଜନୀ ମୁଣ୍ଡା

ସମ୍ବଲପୁର: ପାଖରେ ସମ୍ବଳ ନାହିଁ। ତଥାପି ଆଗକୁ ପାଠ ପଢି ଡାକ୍ତର ହେବାର ସ୍ୱପ୍ନ ଦେଖିଛନ୍ତି ରଜନୀ ମୁଣ୍ଡା। ସର୍ବ ଭାରତୀୟ ସ୍ତରରେ ୧୩୦୩ ର‍୍ୟାଙ୍କ ରଖି ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସମ୍ବଲପୁର ଚାରଭାଟିର ରଜନୀ ମୁଣ୍ଡା। ଭବିଷ୍ୟତରେ ଗରିବଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ରଜନୀ । ରହିବା ପାଇଁ ଭଲ ଘର ଟିଏ ନାହିଁ। ନା ପାଖରେ ପଢିବା ପାଇଁ ଅଛି ସମ୍ବଳ। କିନ୍ତୁ ହାର୍‌ ମାନିନାହାନ୍ତି ସେ। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମାଆ ବାପାଙ୍କ ୪ ଝିଅ ମଧ୍ୟରୁ ରଜନୀ ହେଉଛନ୍ତି ୩ ନମ୍ବର ଝିଅ। ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ବେଳେ ବାପାଙ୍କୁ ହରାଇଥିଲେ ସେ। ଝିଅର ସଫଳତାକୁ ନେଇ ,ପର ଘରେ ବାସନ ମାଜି ଘର ଚଳାଉଥିବା ରଜନୀଙ୍କ ମାଆଙ୍କ ଆଖିରେ ଏବେ ଖୁସିର ଲୁହ। ଆଗକୁ ଡାକ୍ତରୀ ପାଠ ପଢାଇବା ପାଇଁ ପାଖରେ ପଇସା ନଥିବାରୁ, ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ରଜନୀଙ୍କ ମାଆ।