ଆଜିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ନୀତି ବିଭ୍ରାଟ ଦେଖାଦେଇଛି। ପାଳିଆ ପୁରସ୍କାରକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ଭିତରେ ଚାଲିଥିବା ବିବାଦର ସିଧାସଳଖ ପ୍ରଭାବ ଆଜି ପହିଲି ଭୋଗରେ ପଡ଼ିଛି। ଯେଉଁଥିପାଇଁ ରାତି ୩ଟାରେ ହେବାକୁ ଥିବା ଦ୍ବାରଫିଟା ନୀତି ୧ ଘଣ୍ଟା ୩୫ ମିନିଟ ବିଳମ୍ବରେ ଆରମ୍ଭ ହୋଇଛି। ସେହିପରି ସକାଳ ୬ଟା୫୦ରେ ସରିବାକୁ ଥିବା ପହିଲି ଭୋଗ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଶେଷ ହୋଇଛି। ଅନ୍ୟାନ୍ୟ ନୀତି ବି ବିଳମ୍ବିତ ହୋଇଛି।
ଶ୍ରୀମନ୍ଦିର ପହିଲି ଭୋଗ ନୀତି ମାସେ ପର୍ୟ୍ୟନ୍ତ ଅର୍ଥାତ୍ ଜାନୁଆରି ୧୩ ପର୍ୟ୍ୟନ୍ତ ଚାଲିବାକୁ ଥିବାବେଳେ ଆରମ୍ଭରୁ ଏଭଳି ବିଭ୍ରାଟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ପୂର୍ବରୁ ନୀତି ସବକମିଟି ବୈଠକ ଓ ଗତକାଲି ଛତିଶା ନିଯୋଗ ବୈଠକ ପରେ ପହିଲି ଭୋଗ ନୀତି ଚୂଡ଼ାନ୍ତ ହୋଇଥିଲା। ନୀତି ନିର୍ଘଣ୍ଟ ଅନୁଯାୟୀ, ନୂଆବର୍ଷ ଯୋଗୁ ଡିସେମ୍ବର ୩୧ ପହୁଡ଼ ଓ ପରେ ଦ୍ବାରଫିଟା ନୀତିରେ ସାମାନ୍ୟ ପରିବର୍ତନକୁ ବାଦ୍ ଦେଲେ ବାକି ସବୁଦିନର ନୀତି ସମାନ ରହିଥିଲା। ଚୂଡ଼ାନ୍ତ ନୀତି ଅନୁସାରେ, ରାତି ୩ଟାରେ ଦ୍ବାରଫିଟା ଓ ରାତି ୧୧ଟାରେ ପହୁଡ଼ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅନ୍ୟାନ୍ୟ ନୀତି ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ନୀତିରେ ପ୍ରାୟ ଦେଢ଼ ଘଣ୍ଟାରୁ ୩ ଘଣ୍ଟା ବିଳମ୍ବ ହୋଇଛି।
Sign in
Sign in
Recover your password.
A password will be e-mailed to you.
