Odia News Portal

କ୍ଷେତରାଜପୁର ଥାନା ଫାର୍ମ ରୋଡ ଅଞ୍ଚଳରେ ଗୁଳିକାଣ୍ଡ

ସମ୍ବଲପୁର: ସମ୍ବଲପୁର କ୍ଷେତରାଜପୁର ଥାନା ଫାର୍ମ ରୋଡ ଅଞ୍ଚଳରେ ଗୁଳିକାଣ୍ଡ । ନିଜ ସ୍ତ୍ରୀ ପ୍ରତି ଅସଦାଚରଣର ପ୍ରତିବାଦ କରିବାରୁ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସ୍ୱାମୀ ଆହତ । ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ରୂପକ ସ୍ୱାଇଁ ନିଜ ସ୍ତ୍ରୀ ସହ ଫାର୍ମ ରୋଡ ଦେଇ ଯାଉଥିବା ବେଳେ ନିଶାସକ୍ତ ଅବସ୍ଥାରେ ୩ ଜଣ ଯୁବକ ଆସି ତାଙ୍କୁ ଅଟକାଇବା ସହ ଅସଦାଚରଣ କରିଥିଲେ । ଅସଦାଚରଣର ପ୍ରତିବାଦ କରିବାରୁ ୩ଜଣ ଯୁବକ ତାଙ୍କ ଉପରକୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ । ଆହତ ରୂପକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।