Odia News Portal

ବିମାନ ବନ୍ଦରରେ ଛୁରାମାଡ

ବିଶାଖାପାଟଣା—ସେଲଫି ନେବା ବାହାନାରେ ଜଣେ ଦୁର୍ବୃର୍ତ ଇଏସଆର କଂଗ୍ରେସର ମୁଖ୍ୟ ଜଗମୋହନ ରେଡିଙ୍କୁ ଛୁରା ଭୁସିଦେବା ଫଳରେ ସେ ଆହତ ହୋଇଛନ୍ତି ତାଙ୍କ ବାମ ହାତରେ ଆଘାତ ଲାଗିଥିଲେ ମଧ୍ୟ ସେ ଅଳ୍ପକେ ବର୍ତୀଯାଇଛନ୍ତି । ବିଶାଖାପାଟଣା ବିମାନ ବନ୍ଦର ପାଖରେ ଶ୍ରୀ ରେଡିଙ୍କ ଉପରେ ଏହି ଆକ୍ରମଣ କରାଯାଇଥିଲା । ବିମାନବନ୍ଦର ହସପିଟାଲରେ ତାଙ୍କୁ ପ୍ରାଥମିକ ଚିକିସô୍ା କରାଯିବା ପରେ ସେ ହାଇଦ୍ରାବାଦ ଯାଇଛନ୍ତି । ଆକ୍ରମଣକାରୀକୁ ସିଆଇଏସଏଫ ଜବାନ ମାନେ ଧରି ନେଇଛନ୍ତି ।ଆକ୍ରମଣକାରୀ ଯୁବକ ଜଣଙ୍କ ବିଶାଖାପାଟଣା ବିମାନ ବନ୍ଦରର କ୍ୟାଣ୍ଟିନରେ ସର୍ଭର ଭାବେ କାମ କରନ୍ତି ବୋଲି ଜଣାପଡିଛି ।