Odia News Portal

ମାଓ ଅପରେସନରେ ଓଡିଶା ପୋଲିସର ବଡ ସଫଳତା

ଭୁବନେଶ୍ବର () ମାଓ ଅପରେସନରେ ଓଡିଶା ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୫ ମାଓବାଦୀ । ଚିତ୍ରକୋଣ୍ଡାରରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ମହିଳା ମାଓବାଦୀଙ୍କ ସମେତ 5ଜଣଙ୍କ ମୃତ୍ୟୁ ହୋଇଛି । ଆଜି ପୋଲିସ ଡିଜି  ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ବ୍ୟାପକ ମାତ୍ରାରେ ଗୁଳିଗୋଳା ଜବତ କରାଯାଇଛି । ସଂପୃକ୍ତ ଅଂଚଳରେ ମାଓ କ୍ୟାମ୍ପ ସୂଚନା ପାଇ ପୋଲିସ କୁମ୍ବିଂ କରିଥିଲା। ଏବେବି ପପ୍‌ଲୁ ଅଞ୍ଚଳରେ ଗୁଳି ବିନିମୟ ଚାଲିଛି । ମାଓ କ୍ୟାମ୍ପ୍ ଧ୍ବଂସ ହେବା ସହ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଥିବା ପୋଲିସ ଡିଜି ଜଣାଇଛନ୍ତି।

ଏହି ଅପରେସନକୁ ଓଡିଶା ପୋଲିସର ଉଲ୍ଲେଖନୀୟ ସଫଳତା ବୋଲି କହିଛନ୍ତି ଡିଜିପି । ଓଡିଶାର ଏହା ସବୁଠାରୁ ଭଲ ପୋଲିସ ଅପରେସନ୍ ବୋଲି ଡିଜିପି କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କାଳିମେଳା ଦଲମ୍‌ର ମାଓନେତା ରଣଦେବ ସୁଧାପଣ୍ଡା ଜଙ୍ଗଲରେ କ୍ୟାମ୍ପ କରି ବୈଠକ କରୁଥିବା ନେଇ ମାଲକାନଗିରି ଏସ୍‌ପି ଜଗମୋହନ ମୀନାଙ୍କୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଏସ୍‌ପି ଶ୍ରୀ ମୀନା ୨ଟି ଟିମରେ ମୋଟ୍‌ ୬୦ ଜଣ ଏସଓଜି ଯବାନଙ୍କ ସହିତ ଜଙ୍ଗଲ ଭିତରେକୁ କମ୍ବିଂ ପାଇଁ ଯାଇଥିଲେ । ଏହାପରେ ଦୁଇ ପକ୍ଷର ମୁହାଁମୁହିଁ ପରିସ୍ଥିତି ହୋଇଥିଲା, ଯେଉଥିରେ ଓଡିଶା ପୋଲିସକୁ ବଡ ସଫଳତା ମିଳିଛି ।