ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ପାଞ୍ଚ ବର୍ଷର ପୁଅକୁ ହତ୍ୟା କଲେ ପଡ଼ୋଶୀ ମହିଳା । ପାତ୍ରପଡ଼ା ରାଜୀବ ନଗରରେ ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଘଟଣା ଘଟିଛି । ଜଣେ ମହିଳା ଏହି ଭୟଙ୍କର କାଣ୍ଡ ଘଟାଇବା ସହ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ମହିଳା ଜଣକ ହେଉଛନ୍ତି ତନୁଶ୍ରୀ ପରମାଣିକ । ସେ ପଡ଼ୋଶୀ ଘରର ଏହି ୫ ବର୍ଷର ପିଲାଟିର ବେକରେ ରଶି ଗୁଡ଼ାଇ ହତ୍ୟା କରିଥିବା କୁହାଯାଉଛି । ନିଜେ ତନୁଶ୍ରୀ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ଗୁରୁତର ଅବସ୍ଥାରେ ଅଛନ୍ତି । ତେବେ ଘଟଣା ପଛର ରହସ୍ୟ ଜଣାପଡ଼ି ନାହିଁ । ଖଣ୍ଡଗିରି ଥାନା ପୋଲିସ୍ ମାମଲାର ତଦନ୍ତ କରୁଛି ।
