ରାଫେଲ ଡିଲ୍ ସର୍ମ୍ପକରେ ସୁପ୍ରିମକୋର୍ଟରେ କଂଗ୍ରେସ ଦାୟର କରିଥିବା ସମସ୍ତ ଆବେଦନ ଖାରିଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ରାଫେଲ ବିବାଦରେ ସୁପ୍ରିମକକୋର୍ଟଙ୍କ ଚୂଡାନ୍ତ ରାୟ ଆସିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ରାହୁଲଙ୍କୁ ନିଶାନା କରିଛନ୍ତି । ଏବଂ କହିଛନ୍ତି ଏହି ବିବାଦରେ କଂଗ୍ରେସ ଭୁଲ ମାଗିବା ଦରକାର । ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି କଂଗ୍ରେସ । ରାଫେଲ ଡିଲ୍ ନେଇ କୌଣସି ଦୁର୍ନୀତି ହୋଇନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଛି । ରାଫେଲ ବିବାଦରେ ନଭେମ୍ବର ୨୪ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ରାଫେଲ ଡିଲ ସର୍ମ୍ପକରେ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା । ଆଜିର ଚୂଡାନ୍ତ ରାୟ ଉପରେ ବିରୋଧୀ ଓ ଶାସକ ଦଳର ନଜର ରହିଥିଲା । ରାଫେଲ ଡିଲକୁ ନେଇ ବିରୋଧୀ ଲଗାତାର ଏନଡିଏକୁ ଟାର୍ଗେଟ କରୁଥିବା ବେଳେ ଏହାକୁ ନେଇ ସଂସଦରେ ବିବାଦ ଲାଗି ରହିଛି । ଗୋଟିଏ ଯୁଦ୍ଧ ବିମାନ ପିଛା ପ୍ରାୟ ୧,୬୭୦କୋଟି ଟଙ୍କା ମୂଲ୍ୟରେ ଭାରତ ସରକାର ବିମାନ କ୍ରୟ କରିଥିବା ବେଳେ ୟୁପିଏ ସରକାର ଅମଳରେ ଏହାର ଦାମ ୫୨୬କୋଟି ଥିଲା ବୋଲି କଂଗ୍ରେସ ଦାବି କରିଛି ।
ତେଣୁ କଂଗ୍ରେସ ଅଧ୍ୟକ୍ଷ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅମିତ ଶାହ ।କେବଳ ଅମିତ ଶାହ ନୁହେଁ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କହିଛନ୍ତି ରାହୁଲ ଗାନ୍ଧି ତାଙ୍କର ରାଜନୈତିକ ଫାଇଦା ପାଇଁ ଲୋକମାନଙ୍କୁ ବିଭ୍ରାନ୍ତ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
