ଅହମଦାବାଦ : ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ 3-1ରେ ପରାସ୍ତ କରିବା ପରେ ଭାରତ ଏବେ ଟି-20 ସିରିଜ ଉପରେ ନଜର ରଖିଛି । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । କେବଳ ପ୍ରଥମ ମ୍ୟାଚ ନୁହେଁ ସମଗ୍ର ଟି -20 ସିରିଜ ମଧ୍ୟ ଏଠାରେ ଖେଳାଯିବ। ଶେଷ ଦୁଇଟି ଟେଷ୍ଟ ମଧ୍ୟ ଏହି ଷ୍ଟାଡିୟମରେ ଖେଳାଯାଇଥିଲା । ଦିବାରାତ୍ର ରାତି ମ୍ୟାଚ ହେତୁ ଟସ ଭାରତୀୟ ସମୟ ସାଢ଼େ 7.00ଟାରେ ପଡିବ । ମ୍ୟାଚ୍ 7.30ରେଆରମ୍ଭ ହେବ । ଷ୍ଟାଡିୟମରେ କରୋନା ପ୍ରୋଟୋକଲ ମାନିବାକୁ ପ୍ରଶଂସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଗ୍ରାଉଣ୍ଡରେ ଉଭୟ ଦଳ ବେଶ୍ କିଛି ଦିନ ବିତାଇଥିବାରୁ ପିଚକୁ ପଢିବାକୁ କୌଣସି ଭୁଲ୍ କରିବେନି। ଭାରତୀୟ ଦଳରେ କିଛିଟା ପରିବ ନର୍ ହୋଇଛି ଓପନିଂ ସ୍ଥାନକୁ ଶିଖର ଧାଓ୍ୱନ ଫେରିବେ ସେ ରୋହିତ ଶର୍ମାଙ୍କ ସହ ପଡ଼ଇାକୁ ଓହ୍ଲାଇବେ । ସେହିପରି ଲୋକେଶ ରାହୁଲଙ୍କ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବାକୁ ଅପେକ୍ଷା କରିଛନ୍ତି । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି, ଶ୍ରେୟାସ ଆୟାର, ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ନିର୍ଭର କରିବ । ଟେଷ୍ଟ ସିରିଜ୍କରେ ବିଫଳ ହୋଇଥିବା କୋହଲି ଟି-20ରେ ଦମଦାର ବ୍ୟାଟିଂ କରି ଏହାର ଭରଣା କରିବେ ବୋଲି ଆଶା ରଖିଛନ୍ତି । ସେହିପରି ପେସ୍ ବିଭାଗରେ ଭୁବନେଶ୍ୱର କୁମାର, ଟି. ନଟରାଜନ, ଦୀପକ ଚହର, ନବଦୀପ ଶୈନି ସମ୍ଭାଳିବେ । ସେହିପରି ସ୍ପିନର ବିଭାଗ ଦାୟିତ୍ୱ ୟୁଜବେନ୍ଦ୍ର ଚହର ଓ ଅକ୍ଷର ପଟେଲ ନେବେ ।
ଟି-20 କ୍ରିକେଟରେ ଭାରତୀୟ ଦଳକୁ କୌଣସି ଦ୍ୱିପାକ୍ଷିକ ସିରିଜରେ ଶେଷ ଥର 2019ରେ ଅଷ୍ଟ୍ରେଲିଆରେ ବିରୋଧରେ ପରାଜୟ ମିଳିଥିଲା । ଭାରତରେ ଖେଳା ଯାଇଥିବା ଉକ୍ତ ସିରିଜରେ କଙ୍ଗାରୁ ଦଳ 2-0ରେ ସିରିଜ୍ ଜିତିଥିଲା । ଏହା ପରେ ଭାରତୀୟ ଦଳ ଇଣ୍ଡିଜକୁ ଦୁଇ ଥର, ବାଂଲାଦେଶ, ଶ୍ରୀଲଙ୍କା, ନ୍ଯୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ଥରୁଟିଏ ଲେଖାଏଁ ଟି-20ରେ ପରାସ୍ତ କରିଛି । ଦକ୍ଷିଣ ଆଫ୍ରିକା ସହିତ ସିରିଜ୍ ଡ୍ର ରହିଥିଲା ।

ସେହିପରି ଟେଷ୍ଟରେ ଶୋଚନୀୟ ପରାଜୟବରଣ କରିଥିବା ଭ୍ରମଣକାରୀ ଇଂଲଣ୍ଡ ଏକ ଶକ୍ତିଶାଳୀ ଦଳକୁ ନେଇ ପଡିଆକୁ ଓହ୍ଲାଇବ । ଟି-20 ଦଳ କପ୍ତାନ ଦାୟିତ୍ୱ ଇଅନ୍ ମୋର୍ଗାନ୍ ସମ୍ଭାଳିବେ । ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ବିସ୍ଫୋରକ କରିବାରେ ସିଦ୍ଧହସ୍ତ ଜନ୍ନି ବେୟାରଷ୍ଟୋର, ଜାସନ୍ ରୟ, ଜୋସ୍ ବଟଲର, ଇୟନ୍ ମୋର୍ଗାନ୍, ସାମି ବିଲିିଙ୍ଗ୍ସ, ଡେଭିଡ୍ ମାଲାନ୍ ଓ ବେନ ଷ୍ଟୋକ୍ସଙ୍କୁ ଦଳର ବ୍ୟାଟିଂ ଲାଇନ୍ଅପ୍ ବେଶ୍ ଶକ୍ତିଶାଳୀ ଦଳ ଏବେ ଟି-20ରେ ଶୀର୍ଷସ୍ଥାନରେ ରହିଥିବାରୁ ଘରୋଇ ଦଳକୁ ମାତ୍ ଦେଇପାରନ୍ତି । ସେହିପରି ବୋଲିଂରେ କ୍ରିସ ଜୋର୍ଡାନ୍, ଜୋଫ୍ରା ଆ ର୍ଚ୍ଚର, ସାମ୍ କୁରାନ୍, ଟମ୍ କୁରାନ୍, ମୋଇନ୍ ଅଲ୍ଲୀ ରହିଛନ୍ତି ।
ଭାରତୀୟ ମାଟିରେ ସମସ୍ତ ମ୍ୟାଚର ପ୍ରସାରଣ ଅଧିକାର ଷ୍ଟାର୍ ନେଟଓ୍ୱାର୍କ ପାଇଛି ତେଣୁ ଏହି ମ୍ୟାଚ ଷ୍ଟାର୍ ସ୍ପୋର୍ଟ 1 ଏଚଡି /ଏସଡି ଏବଂ ଷ୍ଟାର୍ ସ୍ପୋର୍ଟସ 3 ଏଚଡି /ଏସଡିରେ ଲାଇଭ ହେବ ପ୍ରଶଂସକମାନେ ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଲାଇଭ ଆକ୍ସନ ଉପଭୋଗ କରିପାରିବେ ଡିଜିଟାଲ ମାଧ୍ୟମରେ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଡିଜନି ହଟଷ୍ଟାରରେ ଦେଖିହେବ ।