ଦେବ୍ରୀଗଡ଼ ଅଭୟାରଣ୍ୟରେ ମୃତ ବାଘ କଲରାପତରିଆ ନୁହେଁ, ମହାବଳ । ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର । ଏହି ଘଟଣାରେ ଖଜୁରିଆ ଗାଁର ୪ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ବାଘର ନିଶ ଓ ପଞ୍ଜରା ଜବତ ହୋଇଛି । ଗିରଫ ମାନେ ହେଲେ ଜକିରିଆ ଟିଡୁ, ଗୌରୀ ମିର୍ଧା, ସୁନୀଲ ଭୁଏ ଓ ସତ୍ୟବାନ ସାହୁ । ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠ।ନ ନିଆଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ କହିଛନ୍ତି ।
ଅଭିଯୁକ୍ତଙ୍କ ସୂଚନା ମୁତାବକ ଗତମାସ ୧୩ ତାରିଖରେ ବାରହା ଶୀକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ । ତେବେ ୧୪ ତାରିଖ ଦିନ ଏଥିରେ ମହାବଳ ବାଘ ପଡିଥିଲା । ଗତ ୨୮ ତାରିଖରେ ବରଗଡ଼ ଭଟଲି ବ୍ଲକ ଦାମୋଦରପଡ଼ା ଗାଁ ନିକଟ ଜଙ୍ଗଲରୁ ବାଘର ଗଳିତ ମୃତଦେହ ଠାବ ହୋଇଥିଲା। ବାଘ ଶିକାର ପରେ ପୋତି ଦିଆଯାଇଥିବା ଅନୁମାନ କରାଯାଉଛି।
ଶବଟି ନିକଟରେ ଡେବ୍ରିଗଡ଼ରେ ଦେଖା ଯାଇଥିବା ଏକମାତ୍ର ମହାବଳ ବାଘର ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ବିଭାଗୀୟ ମନ୍ତ୍ରୀ ଏପରିକି ବନ ବିଭାଗ ମଧ୍ୟ ଶବଟି ମହାବଳର ବୋଲି ମାନିବାକୁ ପ୍ରସ୍ତୁତ ନଥିଲେ। କିନ୍ତୁ ଶନିବାର ବାଘକୁ ପୋତା ଯାଇଥିବା ସ୍ଥାନରୁ କିଛି ଦୂରରୁ ପଞ୍ଝା ଏବଂ ନିଶ ମିଳିବା ପରେ ତାହା ମହାବଳ ବାଘର ବୋଲି ସ୍ପଷ୍ଟ ହୋଇଛି। ଖୋଦ୍ ଆରସିସିଏଫ୍ ଓ.ପି ସିଂହ ଏହା ସ୍ପଷ୍ଟ କରିଛନ୍ତି। ବନ ବିଭାଗ ଜବତ କରିଥିବା ପଞ୍ଝା ଏବଂ ନିଶକୁ ଦେଖି ଶବଟି ମହାବଳ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.