Odia News Portal

ଲକଡାଉନରେ ରେକର୍ଡ ଭାଙ୍ଗିଲା Tiktok

କରୋନା ମହାମାରୀ ଯୋଗୁ ଏବେ ବିଶ୍ୱର ଅଧିକାଂଶ ଦେଶକୁ ଲକଡାଉନ କରିଦିଆଯାଇଛି। ଏହି ସମୟରେ ଲୋକମାନେ ଘରେ ବସି ବସି ବୋର ହେବା ଅପେକ୍ଷା କିଛି ନୂଆ କରୁଥିବା ଦେଖିବାକୁ ମିଳିଛି। ଏବେ ଲୋକମାନେ ଅଧିକ ସମୟ ଟିକଟକରେ ବିତାଉଛନ୍ତି। ଇତିମଧ୍ୟରେ Tiktokକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ରିପୋର୍ଟ ମୁତାବକ ସର୍ଟ ଭିଡିଓ ମେକିଂ ଆପ୍ Tiktok ଲକଡାଉନ ବେଳେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଡାଉନଲୋଡ ମାମଲାରେ ଟିକଟକ ଏବେ ୨ ବିଲିୟନ ବା ୨୦୦ କୋଟି ପାର କରିଛି। ସୂଚନାଯୋଗ୍ୟ ଯେ ୫ ମାସ ପୂର୍ବରୁ ହିଁ ଟିକଟକ ୧.୫ ବିଲିୟନ ଡାଉନଲୋଡ ପାର କରିଥିଲା।

ଲୋକମାନେ ଲକଡାଉନ ଯୋଗୁ ଏବେ ସବୁଠୁ ଅଧିକ ମୋବାଇଲ ବ୍ୟବହାର କରୁଛନ୍ତି। ଏହି ସମୟରେ ସେମାନେ ଭିଡିଓ ତିଆରି କରି କିମ୍ବା ଭିଡିଓ ଦେଖି ନିଜ ମନୋରଞ୍ଜନ କରୁଛନ୍ତି।