Odia News Portal

ଆସନ୍ତାକାଲି ବଜେଟ : କଣ ରହିବ ରୂପରେଖ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ 2021-22 ଆର୍ଥିକ ବର୍ଷ ପାଇଁ ବଜେଟ ଆସନ୍ତକାଲି ଉପସ୍ଥାପିତ ହେବ । ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଦ୍ୱିତୀୟାର୍ଧ ବୈଠକରେ ଏହି ବଜେଟ ଉପସ୍ଥାପନ କରିବେ ।

ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ବଜେଟର ପରିମାଣ ବୃଦ୍ଧି ପାଇପାରେ। ମିିଳିଥିବା ସୂଚନା ଅନୁସାରେ, ବଜେଟର ବ୍ୟୟ ଅଟକଳ ପାଖାପାଖି 1 ଲକ୍ଷ 70 ହଜାର କୋଟି ଟଙ୍କା ଛୁଇଁପାରେ । ଏଥିସହ ରାଜ୍ୟ ସରକାରଙ୍କ ପ୍ରାଥମିକତାର ଶୀର୍ଷରେ ରହିଛି ସ୍ବାସ୍ଥ୍ୟ ବିଭାଗ ଓ ସାମାଜିକ କ୍ଷେତ୍ର । ସ୍ବାସ୍ଥ୍ୟ ବିଭାଗକୁ ପ୍ରାୟ 10 ହଜାର କୋଟି ଟଙ୍କା ମିଳିପାରେ। ସ୍ବାସ୍ଥ୍ୟ ଭିତ୍ତିଭୂମିରୁ ଆରମ୍ଭ କରି ନିଯୁକ୍ତ ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦିଆପାଇପାରେ ।ଏହାସହ ବଜେଟରେ ଫୋକସରେ ରହିଛି ପଂଚାୟତିରାଜ ବିଭାଗ । ଆଗକୁ ପଞ୍ଚାୟତ ର୍ବାଚନ ଥିବାରୁ ବିଭାଗ ପାଇଁ ଅଧିକ ବ୍ୟୟବରାଦ କରିପାରନ୍ତି ରାଜ୍ୟ ସରକାର। ସେହିପରି ମନ୍ଦିର ଗୁଡ଼ିକର ବିକାଶ ପାଇଁ ପୁରୀ, ଲିଙ୍ଗରାଜ, କୋଣାର୍କ ଏବଂ ସମଲେଶ୍ୱରୀ ମନ୍ଦିର ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ରଖିଛନ୍ତି ରାଜ୍ୟ ସରକାର ଶ୍ରୀମନ୍ଦିର।

ପାଇଁ ପ୍ରାୟ 5ଶହ କୋଟି, ଲିଙ୍ଗରାଜ ମନ୍ଦିର ପାଇଁ ଶହେ କୋଟି ଏବଂ ସମଲେଶ୍ୱରୀ ମନ୍ଦିର ପାଇଁ ମଧ୍ୟ ଶହେ କୋଟି ଟଙ୍କା ବ୍ୟୟବରାଦ କରିପାରନ୍ତି ସରକାର ଅନ୍ୟପଟେ କାଳିଅା ଯୋଜନା ପାଇଁ ସ୍ବତନ୍ତ୍ର ଅର୍ଥରାଶି ଘୋଷଣା କରିପାରନ୍ତି ସରକାର। ସେହିପରି ଆଗକୁ ପୌର ନିର୍ବାଚନ ଥିବାରୁ ସହରାଚଂଳ ଲୋକଙ୍କୁ ପ୍ରାଥମିକତା ଦେଇପାରନ୍ତି ସରକାର ।ଗ୍ରାମାଞ୍ଚଳ ଭଳି ସହରାଞ୍ଚଳ ଲୋକଙ୍କୁ ନିଯୁକ୍ତି ଓ ରୋଜଗାର ସମ୍ପର୍କିତ କିଛି ନୂଆ ପଦକ୍ଷେପ ନେଇପାରନ୍ତି ସରକାର। ମହାନଗର ନିଗମ ଓ ପୌରାଚଂଳର ଗରିବ ଲୋକଙ୍କ ପାଇଁ ମନରେଗା ଭଳି କାମ ଯୋଗଇବା ପାଇଁ ଏକ ବଡ଼ ଯୋଜନା ଆ ପାରନ୍ତି ରାଜ୍ୟ ସରକାର । ସେହିପରି ପାନୀୟ ଜଳ, ଗ୍ରାମାଞ୍ଚ ଳ ବିକାଶ, ଶିକ୍ଷା, କୃଷି, କ୍ଷୁଦ୍ରଶିଳ୍ପ ଉପରେ ରାଜ୍ୟ ସରକାର ଅଧିକ ଫୋକସ୍ କରିପାରନ୍ତି।

ଗୋଟିଏ ପଟେ ଋଣ ବୋଝର ପରିମାଣ ଏକ ଲକ୍ଷ ଟପିଗଲାଣି ଏବଂ କରୋନାର ମାଡ଼ ରାଜ୍ୟ ଅର୍ଥନୀତିକୁ ଦୋହଲାଇ ଦେଇଛି। ରାଜସ୍ବ ମଧ୍ୟ କମିଛି ଏତିକିବେଳେ ଅର୍ଥନୈତିକ ସର୍ଭେକ୍ଷଣ ରିପୋର୍ଟର ଆକଳନ ଚିନ୍ତା ବଢ଼ାଇ ଦେଇଛି । ଆଉ ଏସବୁ ଭିତରେ କେନ୍ଦ୍ର ବଜେଟରେ ରାଜ୍ୟକୁ ମିଳୁଥିବା ଅନୁଦାନ କମିଥିବା ରାଜ୍ୟ ସରକାର ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ବଜେଟ କିଭଳି ଲୋକାଭିମୂଖୀ ହୋଇପାରିବ ଏବଂ ସାଧାରଣବର୍ଗକୁ ଛୁଇଁବ, ତାହା ଅର୍ଥମନ୍ତ୍ରୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ।