Odia News Portal

ବିବାହ ପାଇଁ ବୁକିଂ କରିପାରିବେ ଟ୍ରେନ

ନୂଆଦିଲ୍ଲୀ() ବିବାହ ହେଉ କି ଉତ୍ସବ ଏଣିକି ବୁକିଂ କରିପାରିବେ ଟ୍ରେନ ବଗି । ଏଥିପାଇଁ ଆଇଆରସିଟିସିରେ ସହଜ ନିୟମ ରହିଛି। ଆପଣ ଘରେ ବସି ଆଇଆରସିଟିସି ଓ୍ବେବସାଇଟରେ ସହଜ ମାଧ୍ୟମରେ ବୁକିଂ କରିପାରିବେ।

ଏଥିପାଇଁ ଟ୍ରେନର ପ୍ରକୃତ ଭଡ଼ାଠାରୁ ୩୫ରୁ ୪୦ ପ୍ରତିଶତ ଭଡ଼ା ଅଧିକ ପଡ଼ିବ। ନିର୍ଦ୍ଧାରିତ ମୂଲ୍ୟର ଅର୍ଥରାଶି ଆଡଭାନ୍ସ ଆକାରରେ ରେଳ ବିଭାଗ ଆକାଉଣ୍ଟରେ ଡିପୋଜିଟ କରିବାକୁ ପଡ଼ିବ। ଏହି ବାବଦରେ ଅତିରିକ୍ତ ଆୟ, ଜିଏସଟି ଓ ଅନନ୍ୟ ଆୟ ମିଶାଇ ଡିପୋଜିଟ କରିବାକୁ ପଡ଼ିବ। ଆପଣଙ୍କ ଉତ୍ସବ ଯଦି କ୍ୟାନସଲ ହୋଇଯାଏ। ତେବେ ନିର୍ଦ୍ଦିଷ୍ଟ ମୂଲ୍ୟ ରଖି ବାକି ସମସ୍ତ ଟଙ୍କା ଫେରସ୍ତ ପାଇ ପାରିବେ।

ସର୍ବପ୍ରଥମେ https://www.ftr.irctc.co.in/ftr/ ଉପରେ କ୍ଲିକ୍ କରି ନିଜର ଗୋଟେ ଆଇଡି କରିବାକୁ ହେବ। ପ୍ୟାନ କାର୍ଡ କିମ୍ବା ଆଧାର କାର୍ଡ ଦ୍ବାରା ଓଟିପି ନମ୍ବର ମାଧ୍ୟମରେ ଆପଣଙ୍କୁ ଆଇଡି ବନାଇକୁ ହେବ। ଯେଉଁ ବଗି ଟ୍ରେନରେ ସଂଯୋଗ ହୋଇପାରୁଥିବ ସେହି ବଗିଗୁଡିକକୁ ବୁକିଂ କରିପାରିବେ। ଏହିଗୁଡିକ ହେଲା, ଏସି ପାଷ୍ଟ କ୍ଲାସ, ଏସି ସେକେଣ୍ଡ କ୍ଲାସ, ଏସି ଥାର୍ଡ, ଚେୟାର କାର ଏକଜୁକ୍ୟୁଟିଭ , ସ୍ଲିପର, ପେଣ୍ଟ୍ରି ଭଳି ବଗି ବୁକିଂ କରିପାରିବେ।