ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଆମେଠିରେ ପ୍ରସ୍ତୁତ ହେବ ଏକେ-୨୦୩ ରାଇଫଲ । ଏହି ରାଇଫଲ ହେବ ଆମେଠିର ପରିଚୟ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଆମେଠିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୩୮ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏହା ଭିତରେ ରହିଛି ଏକେ-୨୦୩ ରାଇଫଲ କାରଖାନା । ରାହୁଲଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି କିଛି ଲୋକ କେବଳ ମେଡ ଇନ ଜୟପୁର, ମେଡ ଇନ ଇନ୍ଦୋର କହୁଛନ୍ତି । କିନ୍ତୁ ଆମେ ମେଡ ଇନ୍ ଆମେଠିକୁ ସଫଳ କରିଛୁ। ଆମେଠିରେ ଏକେ-୨୦୩ ପ୍ରସ୍ତୁତ ହେବ। ଏହି ରାଇଫଲ ସେନାକୁ ଆହୁରି ଶକ୍ତିଶାଳୀ କରିବ। ମୋଦିଙ୍କ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ମୋଦି ପାଟଣାର ଗାନ୍ଧୀ ପଡ଼ିଆରେ ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରିଥିଲେ ।