ନୂଆଦିଲ୍ଲୀ,: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲର ସ୍ଥାନ ବଦଳିପାରେ । ଯାହା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବୟାନରୁ ଅନୁମାନ କରାଯାଉଛି । ବିଶ୍ୱ କ୍ରିକେଟର ମକ୍କା ଭାବେ ପରିଚିତ ଲର୍ଡସରେ ଖେଳାଯିବାକୁ ସ୍ଥିର ହୋଇଥିଲା, ତାହା ବ ର୍ମାନ ସାଉଥମ୍ପଟନରେ ଅନୁଷ୍ଠିତ ହେବ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୋମବାର ଇଣ୍ଡିଆ ଟୁଡେକୁ ନିଶ୍ଚିତ କରିଛନ୍ତି ତେବେ ଏ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଚାଳନା ସଂସ୍ଥା ଆଇସିସି ପକ୍ଷରୁ କୌଣସି ନିଶ୍ଚିତତା ହୋଇନାହିଁ ।
ଗାଙ୍ଗୁଲି ଇଣ୍ଡିଆ ଟୁଡେକୁ ସାକ୍ଷାତକାରରେ କହିଛନ୍ତି ଯେ ମୁଁ ସାଉଥମ୍ପଟନରେ ଭାରତ ଏବଂ ନ୍ଯୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଯୋଗଦେବାକୁ ଅପେକ୍ଷା କରିଛି ହଁ ଏହା ସାଉଥମ୍ପଟନରେ ହେବ ଏହା ବହୁ ପୂର୍ବରୁ ସ୍ଥିର ହୋଇଥିଲା । କୋଭିଡ କାରଣରୁ ଏବଂ ସେମାନେ ସାଉଥମ୍ପଟନରେ ହୋଟେଲରେ ଏକାଠି ହୋଇଥିଲେ ଯେତେବେଳେ ଇଂଲଣ୍ଡ କୋଭିଡ ପରେ ଖେଳ ଆରମ୍ଭ କଲା, ସମାନ କାରଣରୁ ସାଉଥମ୍ପଟନରେ ସେମାନଙ୍କର ଅନେକ ମ୍ୟାଚ୍ ହୋଇଥିଲା ବୋଲି ପୂର୍ବତନ ଭାରତ ଅଧିନାୟକ ଯୋଗ ଦେଇଛନ୍ତି । ଏହି ସମୟରେ ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ମଧ୍ୟ ନ୍ଯୁଜ୍ ଏଜେନ୍ସି ଏଏନ୍ଅଆଇକୁ ନିଶ୍ଚିତ କରିଥିଲେ ଯେ, କୋଭିଡ ସ୍ଥିତିକୁ ନଜରରେ ରଖି ସାଉଥମ୍ପଟନରେ ଫାଇନାଲ ଖେଳାଯିବ ।
ଇଂଲଣ୍ଡ ବିପକ୍ଷରେ 3-1 ସିରିଜ୍ ବିଜୟ ହାସଲ କରିବା ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଡବ୍ଲୁଟିସି ଫାଇନାଲ୍ ଜୁନ୍ 18 ରୁ 22 ମଧ୍ୟରେ ଧାର୍ଯ୍ୟ କରାଯାଇଛି । ଏହି ସମୟରେ, କୋଭିଡ -19 ପରିସ୍ଥିତି କାରଣରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜକୁ ସ୍ଥଗିତ ରଖିବା ପରେ କେନ ଓ୍ୱିଲିୟମସନଙ୍କ ନ୍ଯୁଜିଲ୍ୟାଣ୍ଡ ଫାଇନାଲକୁ ଉନ୍ନୀତ ହୋଇଥିଲା ।