ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ଦଳର ନେତା ଓ କର୍ମୀ । ନେତାମାନେ ବିପର୍ଯ୍ୟୟ ସମୟରେ ବି ଲୋକଙ୍କ ସହ ରହିଛନ୍ତି । ପ୍ରଭାବିତ ଲୋକଙ୍କୁ ସହଯୋଗର ହାତ ବଢ଼ିଛନ୍ତି। ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଦୁର୍ଦ୍ଦିନରେ ଲୋକଙ୍କ ସୁଖ ଦୁଃଖର ସାଥି ହୋଇଛନ୍ତି । ଆଉ ଏହାର ନେତୃତ୍ୱ ନେଉଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ମୁଖ୍ୟମନ୍ତ୍ରୀଙ୍କ ସଙ୍କଳ୍ପ କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ରାଜ୍ୟବାସୀଙ୍କ ସହ ସବୁବେଳେ କାନ୍ଧରେ କାନ୍ଧ ମିଶାଇ ଚାଲିଛି ବିଜେଡି । ବିଜେଡ଼ି ସୁପ୍ରିମୋଙ୍କ ବାର୍ତ୍ତାକୁ ନେଇ ବର୍ଷା, ପବନ ଓ କରୋନାକୁ ଖାତିର ନକରି ଜନସେବାରେ ଳାଗିପଡିଛି ପୁରା ଶାସକ ଦଳ । ଆଉ ଗ୍ରାଉଣ୍ଡରେ ଯାହାର ନେତୃତ୍ୱ ନେଉଛନ୍ତି ପ୍ରଣବ ।
ବାତ୍ୟା ୟାସ୍ ପ୍ରଭାବିତ ଜିଲ୍ଳାଗୁଡ଼ିକୁ ଘନଘନ ଗସ୍ତ କରି ସ୍ଥାନୀୟ ବିଧାୟକ, ନେତା ଓ କର୍ମୀଙ୍କକ ସହ ଆଲୋଚନା କରି ଦାୟିତ୍ୟ ବଣ୍ଟନ କରୁଛନ୍ତି । ବାତ୍ୟା ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା ଆଉ ଏବେ ଦୁର୍ଦ୍ଦିନରେ ଥିବା ଲୋକଙ୍କ ପାଖରେ ପହଁଚୁଛିନ୍ତି । ପ୍ରଶାସନର ସହଯୋଗରେ ବାତ୍ୟାକୁ ସଫଳତାର ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇଥିବା ଲମ୍ବା ବ୍ଲୁପ୍ରିଣ୍ଟକୁ କାର୍ଯ୍ୟକାରୀ କରିଛନ୍ତି। ପ୍ରଥମ ଫୋକସରେ ରହିଥିଲା ଲୋକମାନଙ୍କୁ କିପରି ଏହି ମହାମାରୀ ସମ୍ପର୍କରେ ବୁଝାସୁଝା କରି ନିରାପଦ ସ୍ଥାନକୁ ସ୍ଥାନାସ୍ତରିତ କରିବା । ବାତ୍ୟା ଆଶ୍ରୟସ୍ଥଳୀ ଓ ପକ୍କା ଘରକୁ ନେବା । ଆଉ ସେଠାରେ କେମିତି ଲୋକଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତାହାର ଘନଘନ ସମୀକ୍ଷା କରିଥିଲେ ପ୍ରଣବ ପ୍ରକାଶ । ଶାସକ ଦଳର ନେତା ଓ କର୍ମୀଙ୍କ ବାତ୍ୟା ୟାସର ମୁକାବିଲା ପାଇଁ ଅଧିକରୁ ଅଧିକ ସାମିଲ କରି ଜନସେବାରେ ସେ ଲଗାଇଛନ୍ତି । ଗତ ୫ ଦିନ ହେବ ଦିନ ରାତି ଏକ କରି ବିଜେଡ଼ି ପ୍ରଣବ ଗ୍ରାଉଣ୍ଡରେ କାମ କରିଚାଲିଛନ୍ତି ।
ୟାସ୍ ବାତ୍ୟା ପ୍ରବାଭିତ ଜିଲ୍ଲା ମାନଙ୍କ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍ ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ମୂଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏବଂ ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲା ଗ୍ରସ୍ତ କରି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମର ନେତୃତ୍ବ ନେଇଛନ୍ତି। ଉଭୟ ପ୍ରଥମେ ବାଲେଶ୍ଵର ଜିଲ୍ଲା ଗ୍ରସ୍ତ କରି ୟାସ୍ ବାତ୍ୟା ପ୍ରଭାବିତ ସମସ୍ତ ଅଂଚଳ ଗୁଡ଼ିକୁ ପରିଦର୍ଶନ କରିବା ସହ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ କହିଥିଲେ “ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ସର୍ବଦା ସାମାଜିକ ପ୍ରତିବଦ୍ଧତା ନିମନ୍ତେ ସଂକଳ୍ପବଦ୍ଧ। ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ସ୍ବଭାବିକ ପରିସ୍ଥିତି ଫେରି ଆସିବା ପର୍ଯ୍ୟନ୍ତ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ। ଯୁବ ଛାତ୍ର ନେତୃବୃନ୍ଦଙ୍କ ସାମାଜିକ ସହଯୋଗ ପାଇଁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରୁଛି” । ବିଜେଡି ଛାତ୍ର ସଭାପତି ତ୍ରିପାଠୀ ରିଲିଫ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ସମସ୍ତ ଛାତ୍ର ନେତା ମାନଙ୍କୁ ଉତ୍ସାହିତ କରିଥିଲେ।