କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ଆଧିକାରିତା ରାଜ୍ୟମନ୍ତ୍ରୀ ରାମଦାସ ଆଠବଲେ ଅମ୍ବରନାଥ େଓ୍ଵଷ୍ଟସ୍ଥିତ ନେତାଜୀ ଚୌକରେ ପାର୍ଟିରେ ଏକ ରାଲିରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ଓହ୍ଲାଇଥିଲେ। ସେହି ସମୟରେ ଯୁବକ ଜଣକ ଅଠବଲେଙ୍କୁ ଚାପୁଡା ମାରିଥିଲା। ପୁଲିସ ଇନସ୍ପେକ୍ଟର ନରେନ୍ଦ୍ର ପାଟିଲଙ୍କ ଅନୁଯାୟୀ ମନ୍ତ୍ରୀ ଆଠବଲେଙ୍କୁ ଗିରଫ କାହିଁକି ଚାପୁଡା ମାରିଥିଲା,ତାହାର କାରଣ ଅବଶ୍ୟ ଜଣାପଡ଼ିନାହିଁ। ଏହି ଘଟଣାପରେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠବଲେଙ୍କ ଘର ଆଗରେ ବହୁ ଲୋକ ଏକତ୍ରିତ ହୋଇଥିଲେ। ପାର୍ଟି ଏହାକୁ ସୁଚିନ୍ତିତ ଆକ୍ରମଣ ବୋଲି ଅଭିଯୋଗ କରିଛି।ଦଳ ଚାହୁଁଛି ଯେ,ଏହି ଘଟଣାର ମାଷ୍ଟର ମାଇଣ୍ଡକୁ ଧରାଯାଉ। ଏହାପରେ ଦଳ ପକ୍ଷରୁ ରବିବାର ଦିନ ମହାରାଷ୍ଟ୍ର ବନ୍ଦ ଘୋଷଣା କରାଯାଇଛି।