Odia News Portal

କେନ୍ଦ୍ର ସରକାରକୁ ପୁଣି ଥରେ ଝଟକା ! ସୁରଜୀତ୍ ଭଲ୍ଲାଙ୍କ ଇସ୍ତଫା

ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ଗଭର୍ଣ୍ଣର ଉର୍ଜ୍ଜିତ ପଟେଲଙ୍କ ଇସ୍ତଫା ପରେ କେନ୍ଦ୍ର ସରକାରକୁ ପୁଣି ଥରେ ଝଟକା ଲାଗିଛି । ଉର୍ଜ୍ଜିତ ପଟେଲଙ୍କ ପରେ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ତଥା ସ୍ତମ୍ଭକାର ସୁରଜୀତ୍ ଭଲ୍ଲା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ମତାଧିକାରୀ ପରିଷଦର ପାର୍ଟ ଟାଇମ୍ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଅର୍ଥଶାସ୍ତ୍ରୀ ତଥା କଲମନିଷ୍ଟ ସୁରଜୀତ୍ ଭଲ୍ଲା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ମତାଧିକାରୀ ପରିଷଦ (ଇଏସି-ପିଏମ୍) ପଦରୁ ଇସ୍ତଫା ଦେଇଛନ୍ତି ।