Odia News Portal

ଶନିବାର ଦିନ ଶପଥ ଗ୍ରହଣ ଉତ୍ସବ

ପ୍ରଥମ ଥର ପାଇଁ ଖ୍ରିଷ୍ଟୀୟ ପ୍ରଥା ଅନୁଯାୟୀ ଶନିବାର ଦିନ ମିଜୋ ନେସ୍‌ନାଲ୍‌ ଫ୍ରଣ୍ଟ୍‌ ଶପଥ ଗ୍ରହଣ କରି ସରକାର ଗଢ଼ିବାକୁ ଯାଉଛି। ବାଇବଲୀୟ ପଙ୍‌କ୍ତି ସହ ଶପଥ ଗ୍ରହଣ ଉତ୍ସବରେ ହାଣ୍ଡେଲ୍‌ଙ୍କ ପ୍ରସିଦ୍ଧ ‘ହାଲ୍ଲେଲୁଜା କୋରସ୍‌’ ମଧ୍ୟ ଗାନ କରାଯିବ। ନବ ନିର୍ବାଚିତ ଏମ୍‌ଏନ୍‌ଏଫ୍‌ ବିଧାୟକ ଲାଲ୍‌ରୁକ୍ତିମା ଗୁରୁବାର ଦିନ କହିଛନ୍ତି: ପ୍ରଥମ ଥର ଲାଗି ଆମେ ଏପରି କରୁଛୁ। ଜାତୀୟ ସଙ୍ଗୀତ ଗାୟନ ପରେ ଗସ୍‌ପେଲ୍‌ ଓ ବାଇବ୍ଲ ପଙ୍‌କ୍ତିମାନ ଗାନ କରାଯିବ।

ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଏମ୍‌ଏନ୍‌ଏଫ୍‌ର ଜୋରାମଥାଙ୍ଗା ଏବଂ ତାଙ୍କ ଟିମ୍‌ର ମନ୍ତ୍ରୀମାନେ ଶୁକ୍ରବାର ମଧ୍ୟାହ୍ନରେ ରାଜ ଭବନରେ ଶପଥ ଗ୍ରହଣ କରିବେ।