Odia News Portal

ସିପିଆଇ ନେତା ଡି.ରାଜାଙ୍କୁ ଭେଟିଲେ ବିଜେଡି ନେତା

ଭୁବନେଶ୍ବର: ମହିଳା ସଂରକ୍ଷଣ ବିଲ୍‌ରେ ସମର୍ଥନ ଲାଗି, ସିପିଆଇ ନେତା ଡି ରାଜାଙ୍କୁ ଭେଟିଲେ, ବିଜେଡି ନେତା କଳିକେଶ ସିଂହଦେଓ ଓ କୁଳମଣି ସାମଲ। ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷଣ ଲାଗି ଓଡ଼ିଶା ବିଧାନସଭାରେ ସଂକଳ୍ପ ଗୃହୀତ ହୋଇଛି। ସଂସଦରେ ମଧ୍ୟ ଏହାକୁ ସମର୍ଥନ ପାଇଁ ବିଜେଡି ଅଭିଯାନ ଆରମ୍ଭ କରି ସାରିଛି। ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ସବୁ କଂଗ୍ରେସ ଶାସିତ ରାଜ୍ୟର ସରକାରଙ୍କୁ ମହିଳାଙ୍କ ସଂରକ୍ଷଣ ନେଇ ପ୍ରସ୍ତାବ ପାସ୍‌ କରିବାକୁ ଚିଠି ଲେଖିଛନ୍ତି।