Odia News Portal

ଏଣିକି ସପ୍ତାହକୁ ମିଳିବ ୩ ଦିନ ଛୁଟି

ଏଣିକି ସପ୍ତାହରେ ୩ ଦିନ ଛୁଟି ଓ ଦିନକୁ ୬ଘଣ୍ଟା କାମ କରିବାକୁ ପଡ଼ିବ। ଏଭଳି ପ୍ରସ୍ତାବ ଆଣି ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଫିନ୍ଲାଣ୍ଡର ପ୍ରଧାନମନ୍ତ୍ରୀ ସନା ମରିନ୍। ୩୪ବର୍ଷୀୟ ସନା ବିଶ୍ୱର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇ ବେଶ୍ ଚର୍ଚ୍ଚା ସାଉଁଟିଥିଲେ। ଏବେ କର୍ମଚାରୀଙ୍କ ପାଇଁ ଏଭଳି ପ୍ରସ୍ତାବ ଆଣି ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଫିନ୍ଲାଣ୍ଡର କର୍ମଚାରୀମାନଙ୍କୁ ଏବେ ସପ୍ତାହରେ ୩ ଦିନ ଛୁଟି ଓ ଦିନକୁ ୬ଘଣ୍ଟା କାମ କରିବାକୁ ପଡ଼ିବ। ସନାଙ୍କ ଅନୁସାରେ ଏହି ପ୍ରସ୍ତାବ ଦ୍ୱାରା ଲୋକମାନେ ପରିବାରକୁ ସମୟ ଦେବା ସହିତ ନିଜର ଅଧା ରହିଥିବା ସ୍ବପ୍ନକୁ ପୂରା କରିପାରିବେ। ଏଥିସହ କର୍ମଚାରୀମାନେ ଖୁସିରେ ରହିବେ। ଖୁସି ରହିବା ସହ କମ୍ ସମୟରେ ଅଧିକ କାମ କରିବା ଦ୍ୱାରା ସେମାନଙ୍କ କାର୍ୟ୍ୟଦକ୍ଷତା ବୃଦ୍ଧି ପାଇବ।